Site icon UTKAL PRATIDIN

ମହାଭାରତର କିଛି ଏମିତି ରହସ୍ୟ, ଯାହା ପ୍ରତ୍ୟକ ହିନ୍ଦୁ ଜାଣିବା ଜରୁରୀ

mahabharat-katha

ଭୁବନେଶ୍ଵର: ଆପଣମାନେ ମାହାଭାରତ ବିଷୟ ବହୁତ ଭଲ ଭାବରେ ଶୁଣିଥିବେ, କିନ୍ତିୁ ଏପରି ବହୁତ ଲୋକ ରହିଛନ୍ତି ଯେଉଁମାନେ କି ମହାଭାରତର ଯୁଦ୍ଧ ସହ ଯଡିତ ଅନେକ ରହସ୍ୟ ଜାଣି ନଥିବେ । ଆପଣ ଭାବୁଥିବେ ଯେ ମହା ଭାରତର ଯୁଦ୍ଧ ପରେ ସେହି କାହାଣୀ ସମାପ୍ତ ହୋଇଥିଲା । କିନ୍ତୁ ଏହା ସମ୍ପୁର୍ଣ୍ଣ ଭୁଲ୍ । ସତ କହିବା ପାଇଁ ଗଲେ ମହାଭାରତ ଯୁଦ୍ଧ ପରେ ହିଁ ଏହାର ଆରମ୍ଭ ହୋଇଥିଲା । ଅସ୍ବଥମା ସତରେ ଏବେ ବି ଜୀବିତ କି? କାହିଁକି ଯଦୁବଂଶର ନାଶ ହୋଇଥିଲା, ଏହାର କାରଣ କଣ? ମହାଭାରତ କିଏ ଦେଖିଥିଲେ? ଏପରି ଅନେକ ପ୍ରଶ୍ନ ମନରେ ଉଙ୍କି ମାରେ । ଯାହାର ଉତ୍ତର ଆମ ପାଖରେ ନଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

କୁହାଯାଏ କି ମହାଭାରତରେ ୧୮ ସଂଖ୍ଯାର ବହୁତ ମହତ୍ବ ରହିଛି । ମହାଭାରତ ପୁସ୍ତକ ୧୮ ଅଧ୍ୟାୟ ବିଶିଷ୍ଟ ଏବଂ ମହାଭାରତ ଯୁଦ୍ଧ ମଧ୍ୟ ୧୮ ଦିନ ପର୍ଯ୍ଯନ୍ତ ଚାଲିଥିଲା । ଏଠାରେ ପ୍ରଶ୍ନ ଉଠୁଛି କି ସବୁକିଛି ୧୮ ସଂଖ୍ୟା ରେ ହିଁ କାହିଁକି ହୋଇଥିଲା ? ମହାଭାରତରେ ବରବାରିକଙ୍କ ମୁଣ୍ଡ କାଟି ଦିଆ ଯିବା କଥା ତ ଶୁଣିଥିବେ ନିଶ୍ଚୟ । ଯେତେ ବେଳେ ଯୁଦ୍ଧ ଘୋଷଣା କରା ଯାଇଥିଲା, ସେହି ସମୟରେ ବରବାରିକ ନିଜର ତିନୋଟି ତିର ଓ ଧନୁ ନେଇ ଯୁଦ୍ଧ କରିବା ପାଇଁ ବାହାରିଥିଲେ । ସେତେ ବେଳେ କୃଷ୍ଣ ପଚାରିଥିଲେ କି ତମେ ଏହି ତିନୋଟି ବାଣ ନେଇ କୁଆଡେ ଯାଉଛ । କୃଷ୍ଣଙ୍କ ପ୍ରଶ୍ନରେ ସେ କହିଥିଲେ କି ଯୁଦ୍ଧ କରିବା ପାଇଁ । କିନ୍ତୁ କୃଷ୍ଣ ତାଙ୍କର ପରିହାସ କରିଥିଲେ ।

ଯାହାକୁ ଦେଖି ବରବାରିକ କହିଥିଲେ କି ମୋ ପାଇଁ ଏହି ତିନୋଟି ବାଣ ହିଁ ବହୁତ । ମୋର ଗୋଟିଏ ବାଣ ହିଁ ସମସ୍ତଙ୍କ ବେକ କାଟି ପାରିବ । କିନ୍ତୁ କୃଷ୍ଣ ଜାଣିଥିଲେ ଯେ, ବରବାରିକ ଯଦି ମହାଭାରତ ଯୁଦ୍ଧକୁ ଯିବେ ତେବେ ଏହି ଯୁଦ୍ଧ କେବଳ ଗୋଟିଏ ଦିନରେ ହିଁ ସିରିଯିବ । ତେଣୁ ସେହି ସମୟରେ ତାର ବେକ କାଟି ଦେଇଥିଲେ । ପୌରାଣିକ କଥାନୁସାରେ ମହାଭାରତ ଯୁଦ୍ଧ କେବଳ ଜଣେ ହିଁ ଦେଖିଥିଲେ । ଆଉ ସେ ଜଣଙ୍କ ହେଉଛନ୍ତି ବରବାରିକ । କାରଣ ମୃତ୍ୟୁ ପରେ ବରବାରିକ କୃଷ୍ଣଙ୍କୁ ଗୋଟିଏ ବର ମାଗିଥିଲା ଯେ ତାକୁ ମହାଭାରତ ଦେଖିବା ପାଇଁ ଦିଆଯାଉ । ତେଣୁ ତା’ର ଇଚ୍ଛା ମୁତାବକ ତାଙ୍କୁ ଏପରି ସ୍ଥାନରେ କୃଷ୍ଣ ରଖିଥିଲେ ଯେଉଁ ଠାରୁ ସେ ବହୁତ ଭଲ ଭାବରେ ମହାଭାରତ ଦେଖି ପାରିବେ ।

Exit mobile version