 
        ହରିୟାଣା ବିଧାନସଭା ନିର୍ବାଚନ ରାଜ୍ୟର ରାଜନୀତିକୁ ବେଶ ସରଗରମ କରିଛି ।ଏକଜିଟ ପୋଲ ଦେଇଥିବା ତଥ୍ୟ ସମ୍ପୂର୍ଣ ବଦଳିଯାଇଛି । କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି।ସକାଳ ୧୧ଟା ୧୫ ରିପୋର୍ଟ ଅନୁସାରେ, ରାଜ୍ୟର ୯୦ ବିଧାନସଭା ଆସନରୁ ବିଜେପି ୫୦ଟିରେ ଆଗୁଆ ଥିବାବେଳେ କଂଗ୍ରେସ ୩୪ରେ ଆଗରେ ରହିଛି।
ଏହି ଟ୍ରେଣ୍ଡ୍ ପରେ ଏକଜିଟ୍ ପୋଲର ଗଣିତ ବଦଳିଯାଇଛି। କାରଣ ସାତଟି ଏକଜିଟ୍ ପୋଲର ପୂର୍ବ ଆକଳନ କରିଥିଲେ ଯେ କଂଗ୍ରେସ ହରିୟାଣାରେ ସରକାର ଗଢ଼ିବ।ଅନ୍ୟପଟେ, ଗଣନା ଆରମ୍ଭ ପୂର୍ବରୁ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟ ବାହାରେ ସେଲିବ୍ରେସନ ଆରମ୍ଭ କରିଦେଇଥିଲା କଂଗ୍ରେସ। ଦଳୀୟ ସମର୍ଥକମାନେ ଢ଼ୋଲ ବଜାଇ ନାଚୁଥିବା ଦେଖିବାକୁ ମିଳିଥିଲା।
କିନ୍ତୁ ବିଜେପିର ଲିଡ୍ ପରେ ସେଲିବ୍ରେସନକୁ ସ୍ଥଗିତ ରଖିଛି କଂଗ୍ରେସ। ରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସଇନି ବିଜେପି ସରକାର ଗଢ଼ିବ ବୋଲି ଦାବି କରିଛନ୍ତି। ଦଳ ରାଜ୍ୟରେେ ତୃତୀୟ ଥର ପାଇଁ ସରକାର ଗଢ଼ିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି। ହରିୟାଣାରେ କାହାର ପାଲା ଭାରି ପଡିବ ତାହା ଦେଖିବା ବାକି ରହିଲା ।
 
         
         
         
         
        