
ଭୁବନେଶ୍ଵର: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଏପ୍ରିଲ ୨୨ ଓ ୨୩ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା ।
ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଛନ୍ତି । ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା । ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଛନ୍ତି । ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି । ତେବେ ଦ୍ଵିତୀୟ କିସ୍ତିରେ ବଳକା ରହିଯାଇଥିବା ହିତାଧିକାରୀଙ୍କୁ ମିଳିବ ଟଙ୍କା । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ । ତୃତୀୟ କିସ୍ତି ପରେ ଯେଉଁମାନଙ୍କ ବୟସ ୨୧ ବର୍ଷ ହୋଇଥିବେ ତାଙ୍କ ପାଇଁ ପୁଣି ସୁଭଦ୍ରା ଖୋଲିବ । ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଆହୁରି ମଧ୍ୟ ସେ କହିଛନ୍ତି ଏବେ ନୂଆ କରି ସୁଭଦ୍ରା ଆବେଦନ କରିହେବନି। ୧ କୋଟି ହିତାଧିକାରୀଙ୍କ ମଧ୍ୟରୁ ୧ ଲକ୍ଷ ମହିଳା ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି। ସେହି ୧ ଲକ୍ଷ ଓ ନୂତନ ୧ ଲକ୍ଷ ୭୦ ହଜାରରୁ ବାଦ ପଡିଲେ ସର୍ଭେ ହେବ। ଘରକୁ ଘର ବୁଲି ବାଦ ପଡିଥିବା ସମସ୍ତଙ୍କର ସର୍ଭେ କରାଯିବ। ଏପ୍ରିଲ ୧୪ ତାରିଖ ପରେ ଘରକୁ ଘର ବୁଲି ସର୍ଭେ ହେବ। କାହିଁକି ପ୍ରଥମ ପରେ ଦ୍ଵିତୀୟ କିସ୍ତରୁ ବାଦ ପଡିଲେ , ସାମୁହିକ କାର୍ଯ୍ୟ ହେବ। ତୃତୀୟ କିସ୍ତି ପରେ ୨୧ ବର୍ଷର ହୋଇଥିଲେ, ପୁଣି ସୁଭଦ୍ରା ଓପନ ହେବ।