ଶେଷରେ ମାଙ୍କ ମନ୍ଦିରରୁ ଚୋରି କରିବାକୁ ପଛେଇଲେନି ଦୁର୍ବୁତ ।ବାଂଲାଦେଶରେ କାଳୀ ମନ୍ଦିରରୁ ମା’ଙ୍କ ମୁକୁଟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରୁପା ଏବଂ ସୁନାରେ ନିର୍ମିତ ଏହି ମୁକୁଟକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାନ କରିଥିଲେ। ଚୋରି ଘଟଣା ପ୍ରସାରିତ ହେବା ପରେ ଭାରତ ସରକାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।
ସୂଚନା ମୁତାବକ , ଯିଶୋରେଶ୍ୱରୀ କାଳୀ ମନ୍ଦିର ବାଂଲାଦେଶର ସତଖିରାରେ ଅବସ୍ଥିତ। ୨୦୨୧ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ଗସ୍ତ କରି ଥିବାବେଳେ ମାଙ୍କୁ ରୁପା ଏବଂ ସୁନାର ଚାଦରରେ ନିର୍ମିତ ମୁକୁଟ ଦାନ କରିଥିଲେ। ଗତକାଲି ଅପରାହ୍ନରେ ପୂଜକ ପୂଜା ସାରି ଯିବା ପରେ ଏହି ମୁକୁଟ ଚୋରି ହୋଇଯାଇଛି।

