Site icon UTKAL PRATIDIN

୬ ମାସ ବଢ଼ିଲା ୩ କୁଳପତିଙ୍କ କାର୍ଯ୍ୟକାଳ

UTKAL

ରାଜ୍ୟର ୩ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। ରାଜ୍ୟର ତିନି ପ୍ରମୁଖ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ତଥା କୁଳାଧିପତି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି।

୬ ମାସ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜଭବନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କୁଳପତିଙ୍କର ଯେବେ କାର୍ଯ୍ୟକାଳ ଶେଷ ହେବାର ଥିଲା ସେବେଠାରୁ ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ିଛି ବୋଲି ବିଜ୍ଞପ୍ତିରେ ଉଳ୍ଲେଖ ରହିଛି।

ସୂଚନାଯୋଗ୍ୟ, ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ନଭେମ୍ବର ୨୩ ତାରିଖରେ ଶେଷ ହେବାକୁ ଥିଲା। ସେହିପରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ରେ ଶେଷ ହେବାକୁ ଥିଲା। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏନ୍‌. ନାଗରାଜୁଙ୍କ କାର୍ଯ୍ୟକାଳ ନଭେମ୍ବର ୨୬ ତାରିଖରେ ଶେଷ ହେବାକୁୁ ଥିଲା। ନୂଆ ବିଜ୍ଞପ୍ତି ଅନୁସାରେ ଏମାନେ ଆଉ ୬ ମାସ କାର୍ଯ୍ୟଭାର ଦାୟିତ୍ୱ ତୂଲାଇବେ।

Exit mobile version