Site icon UTKAL PRATIDIN

ଭାଇରଲ ଚା ବାଲା ସହ ବିଲ ଗେଟ୍ସଙ୍କ କାହାଣୀ !

109123174

ନୂଆଦିଲ୍ଲୀ: ସାମାନ୍ୟ ଚାଏ ୱାଲା ହେବେ ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ ୧୨ର ବ୍ରାଣ୍ଡ ଆମ୍ବାସଡର ।ହଁ ଆଜ୍ଞା ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ ୧୨ର ବ୍ରାଣ୍ଡ ଆମ୍ବାସଡର ହେବେ ନାଗପୁର ପ୍ରସିଦ୍ଧ ଡଲି ଚାଏ ୱାଲା। ଏହି ଖବରଟି ବର୍ତମାନ  ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଖବରଟି କେତେ ଦୁର ସତ ଆସନ୍ତୁ ଜାଣିବା ।

ନିଆରା ଢ଼ଙ୍ଗରେ ଚା’ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛନ୍ତି ନାଗପୁରର ଚା’ ଦୋକାନୀ ଡଲି ଚାଏୱାଲା। ନିକଟରେ ଭାରତକୁ ଆସିଥିବା ବିଶ୍ୱର କୋଟିପତି ବିଲ ଗେଟ୍ସ  ତାଙ୍କ ଚା’ ଦୋକାନରେ ଚାହା ପିଇଥିଲେ । ଏହି ଖବରଟି ବେସ୍ ଭାଇରାଲ୍ ହୋଇଥିଲା । ବିଲ ଗେଟ୍ସ  ଡଲି ଚା’ ଦୋକାନରେ ଚା’ ପିଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏକ ଫଟୋ । ବିଲ୍‌ ଗେଟ୍ସଙ୍କ ସହ ଡଲିର ଏହି ଫଟୋକୁ ନେଇ ଜାତୀୟ ଗଣମାଧ୍ୟମର ଏକ ବ୍ୟାଙ୍ଗାତ୍ମକ ନ୍ୟୁଜ ଆକାଉଣ୍ଟ ଦ ବିନ୍ଦୁ ଟାଇମ୍ସ ଦ୍ୱାରା ସୋସିଆଲ ମିଡିଆରେ  ପୋଷ୍ଟ କରାଯାଇଛି। ଯାହା ବର୍ତମାନ ସୋସିଆଲ ମିଡିଆରେ  ଭାଇରାଲ୍ ହେଉଛି ।

ଏହି ପୋଷ୍ଟରେ କୁହାଯାଇଛି ଯେ, ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ ୧୨ର ବ୍ରାଣ୍ଡ ଆମ୍ବାସଡର ହେବେ ଡଲି ଚାଏୱାଲା। ଏହି ଖବର ପୋଷ୍ଟ ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା  ଦେଖିବାକୁ ମିଳିଛି।କିନ୍ତୁ ବାସ୍ତବରେ ଏହା ବିନ୍ଦୁ ଟାଇମ୍ସ ପକ୍ଷରୁ ଲୋକଙ୍କ ମନୋରଞ୍ଜନ ନିମନ୍ତେ ଏଭଳି ପୋଷ୍ଟ କରାଯାଇଛି । ଏହି ଖବରଟିକୁ  ଅନେକ ଲୋକ ସତ ଭାବିଥିବାବେଳେ ଆଉ କେତକ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି` କିନ୍ତୁ ମାଇକ୍ରୋସଫ୍ଟ କିମ୍ବା ବିଲ୍ ଗେଟ୍ସ ଏ ବିଷୟରେ କୌଣସି ମନ୍ତବ୍ୟ ରଖିନାହାଁନ୍ତି ।

Exit mobile version