
ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ୍ ବାଣୁଆଗୁଡ଼ା ପଞ୍ଚାୟତ କୁହୁରାକୋଟ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।ବାତ୍ୟା ସମୟରେ ଆଶ୍ରୟ ଦେଉଥିବା ଆଶ୍ରୟସ୍ଥଳୀ ପାଲଟିଛି ମରଣଯନ୍ତା ।ବାତ୍ୟାଆଶ୍ରୟସ୍ଥଳୀଛାତରୁ ଖସି ଚାଲିଯାଇଛି ୫ବର୍ଷିୟ ଝିଅର ଜୀବନ ।ମୃତକଙ୍କ ମା’ ନୀଳା କମାରଙ୍କ ଅଭିଯୋଗକ୍ରମେ ଝରିଗାଁ ପୋଲିସ କେସ୍ ନଂ.୨୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ କରାଇଥିଲା।
ଅପରାହ୍ନ ପ୍ରାୟ ୪.୩୦ରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁବନେଶ୍ୱରର ବାତ୍ୟା ଆଶ୍ରୟସ୍ଥଳରେ ଧନଦେଈଙ୍କ ମୃତ୍ୟୁ ହେଲା, ତେବେ ସ୍ଥାନୀୟ ପ୍ରଶାସନ କାହିଁକି ମୃତଦେହ ବ୍ୟବଚ୍ଛେଦ କରାଇଲେ ନାହିଁ। ତରବରିଆ ଭାବେ କମ୍ପାନୀ କର୍ତ୍ତୃପକ୍ଷ କ’ଣ ପାଇଁ ମୃତଦେହକୁ କୁହୁରାକୋଟ ପଠାଇଦେଲେ ତାହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।