Site icon UTKAL PRATIDIN

ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେଲା ବାତ୍ୟା ହାମୁନ୍

1

ନୂଆଦିଲ୍ଲୀ: ମଙ୍ଗଳବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ହାମୁନ୍’ ଘନୀଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆସନ୍ତା ୬ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି କରୁଥିବା ବେଳେ ଏହା ଆହୁରି ଦୁର୍ବଳ ହୋଇ ଆସନ୍ତାକାଲି (ବୁଧବାର) ପୂର୍ବାହ୍ନ ସୁଦ୍ଧା ବାଂଲାଦେଶ ଉପକୂଳ ଛୁଇଁବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଅକ୍ଟୋବର ୨୪ ତାରିଖ ଦିନ ଭାରତୀୟ ସମୟ ସଂଧ୍ଯା ୫ଟା ୩୦ରେ ସାମୁଦ୍ରିକ ଝଡ଼ ଦୁର୍ବଳ ହୋଇ ଖେପୁପଡ଼ା (ବାଂଲାଦେଶ)ର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୩୦ କିଲୋମିଟର ଏବଂ ଚିଟାଗଙ୍ଗ (ବାଂଲାଦେଶ)ର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା।

ଏହା ଧୀରେ ଧୀରେ ଦୁର୍ବଳ ହୋଇ ଅକ୍ଟୋବର ୨୫ ତାରିଖ ପୂର୍ବାହ୍ନ ସୁଦ୍ଧା ଚିଟାଗଙ୍ଗର ଦକ୍ଷିଣରେ ଥିବା ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେପଟେ ସାମୁଦ୍ରିକ ଝଡ଼ ‘ହାମୁନ୍’କୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କରିବା ପାଇଁ ମଙ୍ଗଳବାର ରାମେଶ୍ୱରମ ପାମ୍ବନ ବନ୍ଦରରେ ‘ଝଡ଼ ସତର୍କୀକରଣ ନମ୍ବର-୨’ ଲଗାଯାଇଛି।

ଏହାପୂର୍ବରୁ ସୋମବାର ଦିନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ହାମୁନ୍’କୁ ଦୃଷ୍ଟିରେ ରଖି ଓଡ଼ିଶାର ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ପ୍ରଶାସନକୁ ସତର୍କ କରି ଦିଆଯାଇଛି।

Exit mobile version