ଝାରଖଣ୍ଡ ରେ ମଙ୍ଗଳବାର ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ।୨ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେଇ ୩ତାରିଖ ଆଡକୁ ଏହା ମଧ୍ୟପ୍ରଦେଶ ଆଡକୁ ମୁହାଁଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ଏହା ପ୍ରଭାବରେ ଆସନ୍ତା ୫ଦିନ ଯାଏଁ ରାଜ୍ୟରେ ବର୍ଷା ପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ସୁନ୍ଦରଗଡ ,ଦେବଗଡ,ଝାରସୁଗୁଡା,ସମ୍ବଲପୁର,ସୋନପୁର,ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏହି ୫ଦିନରେ ସୁନ୍ଦରଗଡରୁ ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ମାଲକାନଗିରି,ରାୟଗଡା ଗଜପତି, ଗଂଜାମ ପୁରୀ ,ନୟାଗଡରେ ସବୁଠାରୁ କମ ବର୍ଷା ହେବ ବୋଲି ଆକଳନ କରିଛି ବୋଲି ପାଣିପାଗ ବିଭାଗ ।ଛତିଶଗଡ ୧ରୁ ୪ତାରିଖ ଯାଏଁ ପ୍ରବଳ ବର୍ଷା ହେବ ର ସମ୍ଭାବନା ରହିଛି ।୪ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷା ଛାଡ଼ିଯିବ କିନ୍ତୁ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ସେଥିପାଇଁ ସମସ୍ତ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।