Site icon UTKAL PRATIDIN

ମହାପ୍ରଭୁଙ୍କ ଅଭଡାର ମାନ ଯାଞ୍ଚ ହେବ

images (22)

ତିରୁପତିର ଲଡ଼ୁକୁ ନେଇ ବିବାଦ ପରେ ଏବେ ମହାପ୍ରଭୁଙ୍କ ଅଭଡାର ମାନ ପରୀକ୍ଷା ହେବ ।ରୋଷଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅଭଡାର ମନ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଆଇନି ମନ୍ତ୍ରୀ ପୃଥ୍ୱୀ ରାଜ ହରିଚନ୍ଦନ ।କେବଳ ଅଭଡ଼ା ନୁହେଁ ଘିଅର ମଧ୍ୟ ମାନ ଯାଞ୍ଚ ମଧ୍ୟ କରାଯିବ।

ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଯେଭଳି ମହାପ୍ରସାଦମାନ ନେଇ ଅଭିଯୋଗ ନ ଆସେ ସେ ନେଇ ମାନ ପରୀକ୍ଷଣ ଜରୁରୀ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।ତିରୁପତି ମନ୍ଦିରରରେ ପ୍ରାସାଦକୁ ନେଇ ଏପରି ବିବାଦ ଆସିବା ପରେ ଶ୍ରୀମନ୍ଦିର ଭିତରକୁ ଯେପରି ଅଶୁଦ୍ଧ ପଦାର୍ଥ ନଆସେ ସେଥିପ୍ରତି ପ୍ରଶାସନ ତତ୍ପର ହୋଇଛି ।

Exit mobile version