Site icon UTKAL PRATIDIN

ଚିକେନ ଖାଉଥିଲେ ସାବଧାନ୍

MicrosoftTeams-image (30).png

ବାର୍ଡ ପ୍ଲୁ କୁ ନେଇ ଅସମ୍ଭାଳ ହେଲାଣି ସ୍ଥିତି । ଏଣୁ ଏବେ କିଛି ଦିନ ପାଇଁ ଚିକେନ୍ ନ ଖାଇବା ଭଲ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ମତ ରଖିଛନ୍ତି। ସେ କହିଛନ୍ତି, ବାର୍ଡ ଫ୍ଲୁକୁ ନେଇ ଜିଲ୍ଲା ମାନଙ୍କୁ ମାର୍ଗଦର୍ଶିକା ଦିଆଯାଇଛି। ବାର୍ଡ ଫ୍ଲୁକୁ ନେଇ ସ୍ଥିତି ଚିନ୍ତାଜନକ ରହିଛି। ଏଣୁ ଏବେ କିଛି ଦିନ ପାଇଁ ଚିକେନ୍ ନ ଖାଇବା ଭଲ । ତେବେ ବାର୍ଡ ଫ୍ଲୁରେ ସଂକ୍ରମଣ ହେଲେ ପ୍ରଥମେ ଜର ହେବ ବା ଫିଭର ସର୍ଭିଲାନ୍ସ ହେବ । ପିପିଲି ବାର୍ଡ ଫ୍ଲୁ ର ହଟସ୍ପଟ୍ ପାଲଟିଛି । ତେଣୁ ଯେଉଁ ଏରିଆରୁ ବାର୍ଡ ଫ୍ଲୁ ବାହାରିଛି, ସେ ଅଞ୍ଚଳକୁ କଣ୍ଟେନମେଣ୍ଟ କରିଦିଆଯାଉଛି। ବାର୍ଡ ଫ୍ଲୁକୁ ନେଇ ହାଇ ଆଲର୍ଟ । ବିଶଷକରି ଯେଉଁଠାରୁ ଏବେ ନମୁନା ମିଳିଛି ସେ ଅଞ୍ଚଳରେ ସତରକ ହୋଇଛି ପ୍ରଶାସନ ।

ପ୍ରାଣୀ ସମ୍ପଦ ବିଭାଗଠାରୁ ଜନସ୍ୱାସ୍ଥ୍ୟ ବିଭାଗ ଯାଏ ନିଜ ନିଜ କାର୍ଯ୍ୟରେ ରହିଛନ୍ତି। ଗୋଟିଏ ପଟେ ସନ୍ଦିଗ୍ଧ କୁକୁଡ଼ାକୁ ମାରି ମାଟିରେ ପୋତା ଯାଉଥିବାବେଳେ ମାନବ ଶରୀରକୁ ସଂକ୍ରମଣ ହୋଇଛି କି ନା ସେ ବିଷୟରେ ମଧ୍ୟ କଡ଼ା କଡ଼ା ନଜର ରଖାଯାଇଛି । ଏହି ସତର୍କତା ଓ ପ୍ରୋଟକଲ ନିର୍ବାହ ଦ୍ୱାରା ବାର୍ଡଫ୍ଲୁକୁ ରୋକାଯାଇପାରିବ ବୋଲି ଆଶା କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର। ଏଯାଏ କୌଣସି ମାମଲାରେ ମାନବ ଶରୀରକୁ ସଂକ୍ରମଣ ହୋଇ ନାହିଁ । ଯେଉଁଠାରେ ଜ୍ୱର, ଥଣ୍ଡା, ନିମୋନିଆ ଭଳି ଲକ୍ଷଣ ଦେଖାଦେଉଛି ସେଠାରେ ଏହାକୁ ପରୀକ୍ଷଣ କରିବା ପାଇଁ ଅନେକ ଉପକରଣ ରହିଛି । ପରୀକ୍ଷଣ ପରେ ଆବଶ୍ୟକ ଔଷଧ ମଧ୍ୟ ସରକାରଙ୍କ ପାଖରେ ମହଜୁଦ ରହିଛି ବୋଲି ସେ କହିଛନ୍ତି । ଏଣୁ ଆତଙ୍କିତ ନହୋଇ ପରିସ୍ଥିତିକୁ ମୁକାବିଲା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମହାପାତ୍ର।

Exit mobile version