Site icon UTKAL PRATIDIN

ମୃତ ଭାଇ ହାତରେ ରାକ୍ଷୀ ବାନ୍ଧିଲା ଭଉଣୀ

122

ତେଲେଙ୍ଗାନା : ରାକ୍ଷୀ ହେଉଛି ସ୍ନେହ ଓ ପ୍ରେମର ବନ୍ଧନ l ଭାଇ-ଭଉଣୀଙ୍କ ସ୍ନେହ ଓ ଭଲ ପାଇବାକୁ ନେଇ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଦୀର୍ଘାୟୁ କାମନା କରିଥାଏ ଏବଂ ଭାଇ ମଧ୍ୟ ଜୀବନ ସାରା ଭଉଣୀର ରକ୍ଷା କବଚ ସାଜି ସବୁ ବିପଦରୁ ରକ୍ଷା କରିବାର ପ୍ରତିଜ୍ଞା କରିଥାଏ । ହେଲେ ଏହି ଉତ୍ସାହର ମାହୋଲ ଭିତର ଏକ ଦୁଃଖଦ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ଦେଖିଲେ କାହାରି ବି ଆଖିରେ ଲୁହ ଭରିଯିବ ।

ସୂଚନା ଅନୁସାରେ, ତେଲେଙ୍ଗାନାର ପେଡାପାଲ୍ଲୀ ଜିଲ୍ଲାରେ ରକ୍ଷୀପୂର୍ଣ୍ଣିମା ଅବସରରେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଏକମାତ୍ର ଭଉଣୀ ଗୌରମା ଆସି ନିଜ ଘରେ ପହଞ୍ଚି ଯାଇଥିଲେ । ଭାଇ ହାତରେ ରାକ୍ଷୀ ବନ୍ଧିବା ପାଇଁ ସେ ଉତ୍ସାହର ସହ ଅପେକ୍ଷା କରିଥିଲେ । ସକାଳ ହେଲେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତେ l ହେଲେ ଭଗବାନ ତାଙ୍କ ପାଇଁ କିଛି ଅଲଗା କାହାଣୀ ରଚିଥିଲେ । ଗୁରୁବାର ଦିନ ରାକ୍ଷୀ ବାନ୍ଧିବା ପୂର୍ବରୁ ଗୌରମାଙ୍କ ଭାଇ ଚୌଧୁରୀ କନକାୟ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଘର ଲୋକ ତାଙ୍କର ଏପରି ଅବସ୍ଥା ଦେଖି ଭୟଭିତ ହୋଇପଡିଥିଲେ ଏବେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ । ଡାକ୍ତରଖାନା ନେବା ବାଟରେ ହିଁ ଚୌଧୁରୀ କନକାୟଙ୍କ ମୃତ୍ୟୁ ହୋଇଥିଲା । ରାକ୍ଷୀର ଖୁସିର ମାହଲୋ ବଦଳି ଯାଇ ହଟାଥ କାନ୍ଦ ବୋବାଳିରେ ଫାଟି ପଡିଥିଲା ପୁରା ଏରିଆ । ଦୁଃଖରେ ପ୍ରିୟ ଭଉଣୀ ସହ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ l

ହେଲେ ଏହାରି ଭିତରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଗୋଟେ ପଟେ କୋକେଇ ସଜଡା ହେଉଥିବା ବେଳେ ଅନ୍ୟପଟେ ଭଉଣୀ ଗୌରମା ତାଙ୍କ ଭାଇଙ୍କ ପାଇଁ ସଜାଡୁଥିଲେ ରାକ୍ଷୀ ଥାଳି । ଶେଷରେ ନିଜ ମଲା ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ଶେଷ ବିଦାୟ ଜଣାଇଥିଲେ ଅସହାୟ ଭଉଣୀ ।

Exit mobile version