
ଯେମିତି ଦିନ ବଢ଼ି ବଢ଼ି ଯାଉଛି ସେମିତି ପଦକର ବର୍ଷା କରୁଛନ୍ତି ଭାରତୀୟ ସୁଟିଂ ଟିମ୍ । ଆଜି ଏସିଆନ ଗେମ୍ସର ଷଷ୍ଠ ଦିନରେ ୪ଟି ପଦକ ଜିତିଛନ୍ତି ସୁଟିଂ ଟିମ୍ । ପଲକ ବ୍ୟକ୍ତିଗତ ଇଭେଣ୍ଟରେ ମହିଳା ୧୦ ମିଟରଏୟାର ପିସ୍ତଲରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ତାଙ୍କ ପଛକୁ ରହି ଇସା ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ହାଙ୍ଗଝୌ ଏସିଆନ୍ ଗେମ୍ସରେ ଆଜିର ସକାଳ ଟି ସ୍ବର୍ଣ୍ଣ ପଦକରେ ଆରମ୍ଭ ହୋଇଥିଲା ।

ଟେନିସ ଯୋଡ଼ି ରାମକୁମାର ରାମନାଥନ ଓ ସାକେତ ମାଇନେନି ରୌପ୍ୟ ପଦକ ପାଇଥିଲେ । ଏହାପୂର୍ବରୁ ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମର, ସ୍ୱପ୍ନିଲ କୁସାଲେ, ଅଖିଲ ଶିଓରନ ୫୦ ମିଟର ରାଇଫଲ ୩ପି ଶୁଟିରେ ସ୍ୱର୍ଣ୍ଣ ଓ ଈଶା ସିଂହ, ଦିବ୍ୟା ଟିଏସ ଓ ପଲକ ଗୁଲିୟା ୧୦ ମିଟର ଏୟାର ରାଇଫଲ ଶୁଟିଂରେ ରୌପ୍ୟ ପାଇଥିଲେ । ୧୮ ବର୍ଷୀୟ ଇସା ସିଂହ, ପଲକ ଓ ଦିବ୍ୟାଙ୍କୁ ନେଇ ଗଠିତ ଭାରତୀୟ ଟିମ୍ ଦ୍ବିତୀୟ ହୋଇ ରୌପ୍ୟ ପଦକ ହାସଲ କରିଛି । ଫଳରେ ଏସିଆନ ଗେମ୍ସରେ ରେକର୍ଡ଼ ସଂଖ୍ୟକ ୧୮ଟି ପଦକ ଜିତିଛି ଭାରତୀୟ ସୁଟିଂ ଟିମ୍ । ଏଥିସହ ସମୁଦାୟ ୮ ଟି ସ୍ବର୍ଣ୍ଣ, ୧୦ ରୌପ୍ୟ,୧୧ ବ୍ରୋଞ୍ଜ ସହ ଭାରତକୁ ୨୯ ପଦକ ମିଳିଛି। ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ଭାରତ।