Site icon UTKAL PRATIDIN

ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ ; ଭାଇରଲ ହେଲା ଭିଡିଓ

1

ବେଙ୍ଗାଲୁରୁ: ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଆରମ୍ଭ ହୋଇଛି ବିବାଦ। କର୍ଣ୍ଣାଟକର ସାମାଜିକ କଲ୍ୟାଣ ମନ୍ତ୍ରୀ ଏଚ.ସି ମହାଦେବପ୍ପାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ ସୁରକ୍ଷାକର୍ମୀ ତାଙ୍କୁ ଜୋତା ପିନ୍ଧିବାରେ ସାହାଯ୍ୟ କରୁଛନ୍ତି। ହଷ୍ଟେଲ ଯାଞ୍ଚ ସମୟରେ ଏହି ଘଟଣା ଘଟିଛି।

ଭିଡିଓରେ ମହାଦେବପ୍ପା ହଷ୍ଟେଲ ରୋଷେଇ ଘରରୁ ବାହାରକୁ ଆସି ତାଙ୍କ ଆଖପାଖର ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସୁରକ୍ଷାକର୍ମୀ ତାଙ୍କୁ ଜୋତା ପିନ୍ଧେଇବାରେ ସାହାଯ୍ୟ କରିଥିଲେ। ଏହି ଘଟଣାକୁ ବିବାଦର ରୂପ ଦିଆଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମହାଦେବପ୍ପା। ଏନେଇ ସେ କହିଛନ୍ତି, ସେ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନକୁ ସମ୍ମାନ କରନ୍ତି ଏବଂ ଜୋତା ପିନ୍ଧିବାରେ କାହାଠାରୁ ସାହାଯ୍ୟ ନେବାକୁ ଦ୍ୱିଧା କରନ୍ତି ନାହିଁ।

ସେପଟେ କର୍ଣ୍ଣାଟକରେ ବିଜେପି ମହାଦେବପ୍ପାଙ୍କୁ ଟାର୍ଗେଟ କରିଛି। ବରିଷ୍ଠ ବିଜେପି ବିଧାୟକ ବାସନାଗୁଡା ପାଟିଲ ୟନଲ ମନ୍ତ୍ରୀଙ୍କୁ ଅହଂକାରୀ ବୋଲି ଅଭିହିତ କରିଛନ୍ତି। ଘଟଣାର ଭିଡିଓ ସେୟାର କରି ବିଜେପି କହିଛି, ‘କର୍ଣ୍ଣାଟକ କଂଗ୍ରେସ ସଦସ୍ୟ ଯେଉଁମାନେ ସେମାନଙ୍କର ହାଇ କମାଣ୍ଡର ଦାସ ଅଟନ୍ତି, ସେମାନେ ହିଁ ସେମାନଙ୍କ ସୁରକ୍ଷା କର୍ମୀଙ୍କୁ ନିଜର ଦାସ ବନାଉଛନ୍ତି।’

Exit mobile version