ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି ।ଅଧିବେଶନ ଆରମ୍ଭରୁ ବିରୋଧୀ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ ।ଗୃହରେ ହଟ୍ଟଗୋଳ ଯୋଗୁଁ ଗୃହ ସ୍ୱାଭାବିକ ଭାବରେ ଚାଲିପାରିଲା ନାହିଁ ।ଏସି, ଏସଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ବୁଧବାର ଦିନ ବିଧାନସଭା ଆଲୋଚନା ହେବ ।ଆଜି ବିଧାନସଭାରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ,ବିଜ୍ଞାନ ଓ କାରିଗରୀ ବିଭାଗ ଉପରେ ଆଲୋଚନା ହେବ ।