
ମହାନଦୀର ଜଳସ୍ତର ବଢୁଛି।ଦୁଇଦିନ ହେବ ଲଗାଣ ବର୍ଷା ସହ ହୀରାକୁଦର ୧୪ଟି ଗେଟ ଖୋଲାଯିବ ପରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି ।ଆଜି କଟକର ମୁଣ୍ଡଳି ଦେଇ ୫ ଲକ୍ଷ ୭୮ ହଜାର କ୍ୟୁକେସ୍ ବନ୍ୟା ପାଣି ପ୍ରବାହିତ ହେଉଛି।ତଳିଆ ଅଞ୍ଚଳକୁ ବିଶେଷ କରି ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ସମ୍ବଲପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ,ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି ହୋଇଛି।
ପାଣି ପଶିଥିବା ତଳିଆ ଅଞ୍ଚଳଗୁଡିକର ରାସ୍ତା ଓ ପୋଲ ଉପରେ ଯିବାଆସିବା ନକରିବାକୁ ନିର୍ଦେଶ ଦେଇଛନ୍ତି ।
ମହାନଦୀର ବନ୍ୟା ପାଣି ପଶି ଯିବାଯୋଗୁଁ ବହୁ ଲୋକଙ୍କର ଚାଷ ଜମି ଜଳମଗ୍ନ ହୋଇଛି । ମହାନଦୀର ଜଳସ୍ତର ବଢୁଥିବାରୁ ଆଗକୁ ଅଧିକ ଅଞ୍ଚଳ ଜଳବନ୍ଦୀ ହେବା ଆଶଙ୍କା ରହିଛି।