Site icon UTKAL PRATIDIN

ସାମ୍ନାକୁ ଆସିଲା ବିଜେଡି ନେତା ଦଳ ଛାଡିବାର ପ୍ରକୃତ କାରଣ

Add-a-subheading-45-750x430

ଦିନକୁ ଦିନ ବିଜେଡିରେ ବଢ଼ିବାରେ ଲାଗିଛି ଅନ୍ତଃକନ୍ଦଳ। ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରି ମୁହାଁମୁହିଁ ହେଉଛନ୍ତି ନେତା। ବରିଷ୍ଠ ବିଜେଡି ନେତା ଅମର ଶତପଥୀଙ୍କୁ ଦଳ ଛାଡି ପଲାଇବାକୁ କହିଲେ ଲେନିନ୍ ମହାନ୍ତି।ସେପଟେ ଲେନିନଙ୍କ ବୟାନର କଡ଼ା ଜବାବ ଦେଇଛନ୍ତି ଅମର ଶତପଥୀ।

ଲେନିନ୍ ମହାନ୍ତି ସିଧାସଳଖ କହିଛନ୍ତି, ଯାହାଙ୍କୁ ଦଳରେ ଅଣନିଶ୍ଵାସୀ ଲାଗୁଛି ସେ ଦଳ ଛାଡି ପଳାଇଲେ ଭଲ ହୁଅନ୍ତା।ସେ ନିଜ ପୁତୁରାଙ୍କୁ ବିଜେପିକୁ ଛାଡିଛନ୍ତି, ଏବେ ନିଜେ ପଳାନ୍ତୁ ବୋଲି ସ୍ପଷ୍ଟ କହିଛନ୍ତି ଲେନିନ। ଦଳ ତାଙ୍କୁ ୬ ଥର ବିଧାୟକ କରିଛି, ବିଭିନ୍ନ ପଦ ପଦବୀ ଦେଇଛି।

ତାପରେ ଯଦି ତାଙ୍କୁ ଅଣନିଶ୍ଵାସୀ ଲାଗୁଛି, ସେ ଦଳ ଛାଡି ପଳାଇଲେ ଭଲ ହେବ ବୋଲି କହି କୁମାରଙ୍କୁ କଡା ଟାର୍ଗେଟ କରିଥିଲେ। ସେ ଚାଲିଗଲେ ଦଳର ପଇସାଟିଏ କ୍ଷତି ହେବନି। ଯେଉଁମାନେ ଦଳରୁ ଡେଇଁଛନ୍ତି, ସେମାନେ ବିଜେପି ସମ୍ପର୍କରେ ଥିଲେ। ସେ ବିଜେପିକୁ ଯାଉ ନାହାଁନ୍ତି, ବିଜେପି ତାଙ୍କୁ ପ୍ରଧାନମନ୍ତ୍ରୀ କରିଦେବ। ଯେଉଁମାନେ ବିଜେଡି ଛାଡି ଯିବାକୁ ଚାହୁଁଛନ୍ତି, ସେମାନେ ଯାଆନ୍ତୁ। ଦଳ ଆହୁରି ସୁଦୃଢ ହେବ।

ସେହିପରି ଅମର ଶତପଥୀ କହିଛନ୍ତି ଯେ, ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ଵାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ସେଠାରେ ମୋର ଆବଶ୍ୟକତା ନଥିବା ଅନୁଭବ କରି ନବୀକରଣ କରିନି। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ। ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି।

ଏବେ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି। ଲେନିନଙ୍କ ଅପରିପକ୍ଵତା ପ୍ରତି ମୋର ଦୟା ଆସୁଛି। ମୋର କୌଣସି ପୁତୁରା ବିଜେପିକୁ ଯାଇ ନାହାଁନ୍ତି। ସେ ନାଁ କହିଲେ ଭଲ ହେବ। ବିଜେପି ସହ ଅନେକ ଦଳ ମୋ ସହ ଯୋଗାଯୋଗରେ ଅଛନ୍ତି।ବିଜେଡିରେ ନେତା ନେତା ମାନଙ୍କ ମଧ୍ୟରେ ଏପରି ଦଳୀୟ କନ୍ଦଳ ଯୋଗୁଁ ବିଜେଡିର ସ୍ଥିତି ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି ।ଏହି ଅନ୍ତଃକନ୍ଦଳ ଯୋଗୁଁ ବିଜେଡି ଦିନେ ସମ୍ପୂର୍ଣ ଲୋପ ପାଇଯିବ ବୋଲି ଜନସାଧାରଣରେ ଚର୍ଚାର ବିଷୟ ପାଲଟିଛି ।

Exit mobile version