Site icon UTKAL PRATIDIN

ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଙ୍ଗ୍‌ : ଭର୍ଚୁଆଲରେ ସାମିଲ ହେବେ ପିଏମ

ନୂଆଦିଲ୍ଲୀ : ଭାରତର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଉଦ୍ୟମ କରିବ। ସମଗ୍ର ଦେଶରେ ଚନ୍ଦ୍ରୟାନର ସଫ୍ଟ ଲ୍ୟାଣ୍ଡିଙ୍ଗ୍‌ ପାଇଁ ପ୍ରାର୍ଥନା କରାଯାଉଛି। ଏଥି ସହିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହେବେ। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି, କିନ୍ତୁ ସେଠାରୁ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଚନ୍ଦ୍ରୟାନ ଅବତରଣ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଇସ୍ରୋ ସହିତ ସଂଯୋଗ କରିବେ।ଇସ୍ରୋ ତୃତୀୟ ଚନ୍ଦ୍ର ମିଶନ, ଚନ୍ଦ୍ରୟାନ-୩ ବୁଧବାର ସନ୍ଧ୍ୟା ପ୍ରାୟ ୬.୪ ସମୟରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି।

Exit mobile version