Site icon UTKAL PRATIDIN

ନମିତା ଅଗ୍ରୱାଲଙ୍କ ରାମ ଭଜନକୁ ନିଜ ଟ୍ୱିଟରରେ ସେୟାର କଲେ ପ୍ରଧାନମନ୍ତ୍ରୀ

namita-new

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଉତ୍ସବମୁଖର। ଏହି ସମୟରେ ଅନେକ ରାମ ଭଜନ ରିଲିଜ୍‌ ହେଉଛି। ଦେଶର ବିଭିନ୍ନ ଭାଷାର ଗାୟକ/ଗାୟିକା ରାମ ଭଜନ ଗାଉଥିବା ନଜରକୁ ଆସିଛି। ଇତି ମଧ୍ୟରେ ଚର୍ଚ୍ଚାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ନମିତ ଅଗ୍ରୱାଲ ଓ ତାଙ୍କ ଓଡ଼ିଆ ରାମ ଭଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓଡ଼ିଆ ଭଜନ ‘ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ’ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି, ଯାହାକୁ ଗାଇଛନ୍ତି ନମିତା ଅଗ୍ରୱାଲ ଓ ସଙ୍ଗୀତରେ ସଜାଇଛନ୍ତି ସରୋଜ ରଥ।

ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଭଜନଟି ଶେୟାର କରି ଲେଖିଛନ୍ତି, ‘‘ଭାରତର କୋଣ ଅନୁକୋଣରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ରହିଛି। ଆପଣ ପ୍ରତ୍ୟେକ ଭାଷାରେ ତାଙ୍କୁ ସମର୍ପିତ ଅନେକ ଭଜନ ପାଇବେ। ଠିକ୍ ସେମିତି ଏକ ପ୍ରୟାସ ଓଡ଼ିଆରେ..।’’

ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟ ଦେଖି ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତର ଅନେକ ଲୋକ ଏହି ଭଜନକୁ ଶୁଣିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଷ୍ଟ ଜରିଆରେ ସେମାନେ ଏହି ଭଜନ ପାଖରେ ପହଞ୍ଚିଥିବାରୁ ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହ କମେଣ୍ଟ ମାଧ୍ୟମରେ ଭଜନର ଖୁବ୍‌ ପ୍ରଶଂସା କରୁଛନ୍ତି।

Exit mobile version