
ବହୁତ ଦିନର ଅପେକ୍ଷା ପରେ କମିଲା ସୁନା ଦାମ୍ । ଦେଶ ଓ ରାଜ୍ୟରେ ସୁନାର ନୂଆ ମୂଲ୍ୟ ଜାରି ହେବା ପରେ ସୁନା ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳୁଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା ଓ ରୂପାର ଦର ନିର୍ଦ୍ଧାରଣ ହୋଇଥାଏ । କେବେ ଦର କମିଥାଏ ତ କେବେ ଦର ବୃଦ୍ଧି ଘଟିଥାଏ । କିନ୍ତୁ ଦୀର୍ଘ ଦିନର ଅପେକ୍ଷା ପରେ ସୁନା ରେଟରେ ହ୍ରାସ ଦେଖିବାକୁ ମିଳିଛି । ବର୍ତ୍ତମାନ ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୩,୧୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୮,୯୪୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ଏବେ ୬୩,୧୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୮,୯୪୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ହ୍ରାସ ପାଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୩,୧୯୦ ଟଙ୍କା ଓ ୬୮,୯୪୦ ଟଙ୍କା ରହିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ସୁନା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନା ଦର ଯଥାକ୍ରମେ ୬୩,୩୪୦ ଟଙ୍କା ଓ ୬୯,୦୯୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ହ୍ରାସ ପାଇଛି । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୬୩,୮୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୯,୬୪୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୬୩,୧୯୦ ଟଙ୍କା ଓ ୬୮,୯୪୦ ଟଙ୍କା ରହିଛି । ବେଙ୍ଗାଲୁରୁରେ ମଧ୍ୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ବେଙ୍ଗାଲୁରୁରେ ୨୨ କ୍ୟାରେଟ୍ ସୁନା ଦର ୬୩,୧୯୦ ଟଙ୍କା ଓ ୨୪ କ୍ୟାରେଟ ସୁନା ଦର ୬୮,୯୪୦ ଟଙ୍କା ରହିଛି। ରୂପା ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇଛି । ରୂପା ମୂଲ୍ୟ କିଜେ ପ୍ରତି ୮୪,୪୦୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ରୂପା ମୂଲ୍ୟ କିଲୋ ପ୍ରତି ୮୮,୯୦୦ ଟଙ୍କା ରହିଛି । ଯଦି ଆପଣ ସୁନା କିମ୍ବା ଏହାର ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ହାର ଜାଣିବା ପାଇଁ 8955664433 କୁ ଏକ ମିସ୍ କଲ ଦେଇପାରିବେ । ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ଆପଣଙ୍କ ମୋବାଇଲରେ ମୂଲ୍ୟ ଆସିବ ।