ଆଜି ବିଧାନସଭା ଗୃହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ ମନ୍ତବ୍ୟ ଦେଇଛନ୍ତି ।ଯେଉଁମାନଙ୍କୁ ପୂର୍ବରୁ ପଟ୍ଟା ମିଳିଥିଲା ସେମାନଙ୍କୁ ଖୁବ ଶୀଘ୍ର ଜମି ଦିଆଯିବ ଵୋଲି କହିଛନ୍ତି । ଜମି ପଟ୍ଟା ବାଣ୍ଟିଛନ୍ତି ସତ କିନ୍ତୁ ଏ ସଂକ୍ରାନ୍ତରେ କୌଣସି ଫାଇଲ କିମ୍ବା କାର୍ଯ୍ୟ ତଦାରଖ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।ନୂଆ ସରକାରରେ ସର୍ଭେ କାମ ଆରମ୍ଭ ହେବ ସହ ଯେତେ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି ସମସ୍ତଙ୍କୁ ଜମି ପ୍ରଦାନ କରାଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।
ପୂର୍ବ ସରକାର ଦେଇଥିଲେ ପଟ୍ଟା, ନୂଆ ସରକାର ଦେବେ ଜମି

