
ଜଗତଜନନୀ ମା ଦୁର୍ଗାଙ୍କ ପୂଜାକୁ ନେଇ ଚଳଚଞ୍ଚଳ ଗାଁ ରୁ ସହର ।ସବୁଠି ଆଧ୍ୟାତ୍ମିକ ପରିବେଶ ।ଆଜି ପୀଠରେ ନବମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଅଷ୍ଟମୀ ପୂଜା ରହିଛି। ଏହି ପବିତ୍ର ଉତ୍ସବରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।ଦୁର୍ଗା ପୂଜାରେ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ଓଡ଼ିଶା ପୁଲିସ।
୪୦ ଜଣ ମହିଳା ପୁଲିସଙ୍କୁ ନେଇ ‘ଶକ୍ତିବାହିନୀ’ ଟିମ୍ ଗଠନ କରାଯାଇଛି। ୨୦ଟି ବାଇକ୍ ଧରି ପୂଜା ମଣ୍ଡପ ବୁଲିବା ସହ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥା ବୁଝିବ ଏହି ସ୍ପେଶାଲ ଟିମ୍। ତେବେ ଦରକାର ହେଲେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛନ୍ତି ପୁଲିସ କମିଶନର। ଓଡ଼ିଶା ପୁଲିସର ଏହି ସ୍ୱତନ୍ତ୍ର ବ୍ୟବସ୍ଥା ପରେ ପୂଜାରେ ମହିଳାଙ୍କ ସୁରକ୍ଷା ପ୍ରତି ବିପଦ ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।