ପୂର୍ବରୁ ଝିଅମାନଙ୍କ ବୟସ ୧୮ବର୍ଷ ଥିବାବେଳେ ଏହାକୁ ହ୍ରାସ କରଯାଇ ୯ବର୍ଷ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା ।ଇରାକ ସଂସଦରେ ଏହି ବିଲ ପାରିତ ହେବ ପରେ ତୀବ୍ର ଜନ ଅସନ୍ତୋଷ ଦେଖା ଦେଇଛି । ଇରାକ ସଂସଦ ନିୟମ ଅନୁସାରେ, ଆଇନ ଗତ ନିୟମରେ ସଂଶୋଧନ ଆଣି ୯ବର୍ଷ କରାଯିବାକୁ ଦାବି କର ଯାଇଛି ।ଯଦି ଝିଅ ମାନଙ୍କର ବିବାହ ବୟସ ୯ବର୍ଷ କରାଯାଏ ତାହାଲେ ବାଲ୍ୟ ବିବାହ, ଶୋଷଣ ବୃଦ୍ଧି, ଛାଡ଼ପତ୍ର, ପାରିବାରିକ ହିଂସା ଆଦି ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଛି ।
ଏପରି ହେଲେ ନାରୀର ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବା ସହ ଘରୋଇ ହିଂସା, କମ ବୟସରେ ଗର୍ଭଧାରଣ ଆଦି ବିଭିନ୍ନ ସମସ୍ୟା ଦେଖାଦେବ ବୋଲି ବୁଦ୍ଧିଜୀବୀ ମାନେ ଆଶଙ୍କା କରୁଛନ୍ତି ।ହ୍ୟୁମାନ୍ ରାଇଟ୍ସ ୱାଚ୍ ଗବେଷକ ସରାହ ସାନବରଙ୍କ ସୂଚନା ଅନୁଯାୟୀ, ଯଦି ଏହି ବିଲ ପାରିତ ହୁଏ ତାହାଲେ ଦେଶ ଆଗେଇବା ପରିବର୍ତେ ପଛେଇଯିବ ବୋଲି ଦୃଢ଼ୋକ୍ତିର ସହ କହିଛନ୍ତି ।