Site icon UTKAL PRATIDIN

ରାଜଧାନୀରେ ଲୋକଙ୍କ ଘର ଉପରେ ନଜର ରଖିବ ପୋଲିସ

10

ଭୁବନେଶ୍ବର : ପାର୍ବଣରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି  । ପ୍ରତିଦିନ ଚୋରି , ଡକାୟତି ଭଳି ଘଟଣା ସାମ୍ନାକୁ ଆସୁଛି । ଅପରାଧୀଙ୍କୁ ଧରିବା ଯେପରି ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଚ ପାଲଟିଛି । ଅପରାଧୀଙ୍କ ଦମନ ପାଇଁ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି  । ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରକୁ ନାକାବନ୍ଦୀ କରାଯାଉଛି । ତେବେ ପୂଜା ଆସୁଥିବାରୁ ଲୋକମାନେ ଘର ଛାଡ଼ି ପୂଜା ପେଣ୍ଡାଲ ବୁଲିବାକୁ ଯିବେ, ଏହାର ସୁଯୋଗ ନେଇ ଚୋରମାନେ ଯେକୌଣସି ମୁହୁର୍ତ୍ତରେ ଘରେ ପଶି କଳାକନା ବୁଲାଇପାରନ୍ତି

ଏହାକୁ ଆଖି ଆଗରେ ରଖି ପୋଲିସ କହିଛି, ପୂଜା ବୁଲିବାକୁ ଯାଉଥିଲେ ରାଜଧାନୀରେ ଲୋକଙ୍କ ଘର ଉପରେ ପୋଲିସ ନଜର ରଖିବ  । ଭୁବନେଶ୍ବର ୨ ନଂ ଜୋନ୍ ଏସିପି ଗିରିଜା ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି । ଆପଣ ମାନେ ପୂଜା ବୁଲିବାକୁ ଯାଉଥିଲେ ଘରକୁ ଭଲ ଭାବରେ ତାଲା ପକାନ୍ତୁ ।

ପାଖ ପଡୋଶୀଙ୍କୁ ମଧ୍ୟ ଟିକିଏ କହିଦେଇ ଯାଆନ୍ତୁ । ଲୋକାଲ୍ ଥାନା ପୋଲିସକୁ ମଧ୍ୟ ଟିକିଏ ଜଣାଇ ଦିଅନ୍ତୁ । ଏହାଦ୍ବାରା ଆମେ ସମ୍ପୃକ୍ତ ଅଞ୍ଚଳରେ ଅଧିକ ପିସିଆର ବୁଲାଇବୁ  ।

Exit mobile version