Site icon UTKAL PRATIDIN

ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ବନ୍ଦ ରହିବ ଜାଗା ଦର୍ଶନ

Puri-Ratna-Bhandar-Update-

ବାହାରିଲା ଶୁଭ ବେଳା ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ।ରତ୍ନଭଣ୍ଡାର ବାହାର ଓ ଭିତରର ସମସ୍ତ ଖାଲି ଆଲମିରା ଏବଂ ସିନ୍ଦୁକଗୁଡ଼ିକୁ ସ୍ଥାନାନ୍ତର କରାଯିବ।ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ସ୍ଥାନାନ୍ତର କରାଯିବ ।ଦିନ ୧ ଟା ଠାରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଆନନ୍ଦ ବଜାରରୁ ଭକ୍ତମାନେ ମହାପ୍ରସାଦ କିଣିପାରିବେ। ସ୍ଥାନାନ୍ତରଣ ସରିବା ପରେ ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ।ପୁରୁଣା ସିନ୍ଦୁକ ଏବଂ କାଠ ଆଲମାରୀ ଗୁଡିକରେ ଦୀର୍ଘବର୍ଷ ଧରି ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାର ରହିଥିଲା।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ମାସ ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଥିଲା।ରତ୍ନ ଭଣ୍ଡାର ଭିତରେ ରହିଥିବା ପୁରୁଣା ସିନ୍ଦୁକ ଏବଂ ଆଲମାରୀ ଗୁଡିକ ସ୍ଥାନାନ୍ତର ପାଇଁ ତଦାରଖ କମିଟି ବୈଠକରେ ସ୍ଥିର କରାଯାଇଥିଲା। ରତ୍ନ ଭଣ୍ଡାର ଖାଲି କରାଯିବା ପରେ ଆବଶ୍ୟକ ଯାଞ୍ଚ ଏବଂ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାକୁ ହସ୍ତାନ୍ତର କରାଯିବ।ଏହାର ଭିଡିଓ ରେକର୍ଡିଂ କରାଯିବ ।

Exit mobile version