
ଆଧୁନିକତାର ସ୍ପର୍ଶରେ ରଙ୍ଗାୟିତ ହେବାକୁ ଯାଉଛି ଚନ୍ଦ୍ରଭାଗା ବେଳାଭୂମି ।ଗୋଆ ଓ ପଣ୍ଡିଚେରୀ ପରି ପର୍ଯ୍ୟଟଙ୍କ ଭିଡ ଦେଖିବାକୁ ମିଳିବ ଚନ୍ଦ୍ରଭାଗାରେ । ଚନ୍ଦ୍ରଭାଗା ବେଳାଭୂମି ଠାରୁ ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ହେବା ସହ ଏହା ଗୋଆ ବିଚ୍ ଭ୍ରମ ସୃଷ୍ଟି କରିବ । ଏଥିପାଇଁ ସୋମବାର ପର୍ଯ୍ୟଟନ ବିଭାଗର ସଚିବଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସରୋଜ ସ୍ବାଇ ଚନ୍ଦ୍ରଭାଗା ବୁଲି ଦେଖିଛନ୍ତି ।
ଚନ୍ଦ୍ରଭାଗାରେ ଥିବା ବ୍ୟବସାୟ ଅନୁଷ୍ଠାନକୁ ବିସ୍ଥାପିତ କରିବାର ସ୍ଥାନ ବୁଲି ଦେଖିବା ସହିତ ଚନ୍ଦ୍ରଭାଗା ଉପକୂଳରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ ।ତେବେ ଚନ୍ଦ୍ରଭାଗା ନବୀକରଣର କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ରାମଚଣ୍ଡୀ ପୀଠ ଓ କୋଣାର୍କ ମୁଖ୍ୟ ରାସ୍ତାର କାର୍ଯ୍ୟ ଅଧା ହୋଇଛି । ଆସନ୍ତା କୋଣାର୍କ ଉତ୍ସବ ପୂର୍ବରୁ ପାଖାପାଖି କାର୍ଯ୍ୟ ଶେଷ ହୋଇଯିବ ।