Site icon UTKAL PRATIDIN

ଡ଼ିବିଟି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

6ef3cf25-40b7-43f4-af31-ebad44d167ab

ରାଜ୍ୟରେ ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର ।ଦୁଗ୍ଧ ଚାଷୀଙ୍କୁ ଡ଼ିବିଟି ଜରିଆରେ ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।ସେ କହିଛନ୍ତି, ଖୁବଶୀଘ୍ର ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟଙ୍କୁ ଯିବ ଟଙ୍କା। ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ଆକାଉଣ୍ଟକୁ ଯିବ ଟଙ୍କା। ସିଧାସଳଖ ଡିବିଟି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା।

ମନ୍ତ୍ରୀ ଆହୁରି କହିଛନ୍ତି, ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବାକୁ ଯୋଜନା କରାଯାଉଛି। ଶ୍ରୀମନ୍ଦିରରେ ଦୈନିକ ୪ ଟନ୍ ଘିଅ ଆବଶ୍ୟକ ରହିଛି। ଓମ୍‌ଫେଡ ରିହାତି ଦରରେ ଘିଅ ଯୋଗାଇ ଦେବ। ଓମ୍‌ଫେଡ୍‌ର ଦୈନିକ ୮ରୁ ୧୦ ଟନ୍ ଘିଅ ଉତ୍ପାଦନ କ୍ଷମତା ରହିଛି। ଆବଶ୍ୟକ ହେଲେ ସବୁ ମନ୍ଦିରକୁ ଘିଅ ଯୋଗାଇବାକୁ ପ୍ରସ୍ତୁତ ଓମ୍‌ଫେଡ ବୋଲି କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

Exit mobile version