Site icon UTKAL PRATIDIN

କାର୍ତ୍ତିକ ମାସର ନୀତିକୁ ନେଇ ବସିଲା ବୈଠକ ଜଣାନ୍ତୁ କଣ ହେଲା ନୂଆ ନିୟମ

6

ପୁରୀ: ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆସନ୍ତା କାର୍ତ୍ତିକ ମାସର ନୀତିକୁ ନେଇ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତା କାର୍ତ୍ତିକ ମାସରେ କିଭଳି ନୀତିକାନ୍ତି ଶୃଙ୍ଖଳିତ କରାଯିବ ଓ ସେହି ସମୟରେ ମହାପ୍ରଭୁଙ୍କ ଠାରେ ବାଳଭୋଗ କିଭଳି ସମୟାନୁସାରେ ଲାଗି କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଛି। ତେବେ ଆସନ୍ତା ଅକ୍ଟୋବର ୨୮ ତାରିଖରେ ପଡୁଥିବା ରାହୁଗ୍ରସ୍ଥ ଚନ୍ଦ୍ରଗ୍ରହଣରେ ସ୍ୱତନ୍ତ୍ର ନୀତିକାନ୍ତି ଥିବାରୁ ଏ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

ଚନ୍ଦ୍ରଗ୍ରହଣକୁ ଦୃଷ୍ଟିରେ ରଖି ସେହିଦିନ ଚକ୍ରରାଜ ସୁଦର୍ଶନଙ୍କ ବିଜେ ନୀତି ଥିବାରୁ ରାତି ୨ଟାରୁ ଶ୍ରୀମନ୍ଦିର ସିଂହଦ୍ଵାର ଫିଟାଯାଇ ନୀତିକାନ୍ତି କିଭଳି ଶୃଙ୍ଖଳିତ ଓ ସଅଳ କରାଯିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।  ଏନେଇ ଆସନ୍ତା ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ନୀତି ସବକମିଟି ବୈଠକରେ ହୋଇଥିବା ନୀତିନିର୍ଘଣ୍ଟକୁ ମୋହର ମରାଯିବ। ଅନ୍ୟପଟେ ଗତବର୍ଷ ରଥଯାତ୍ରା ଓ ସ୍ନାନଯାତ୍ରାର ତ୍ରୁଟିବିଚ୍ୟୁତି ଉପରେ ମଧ୍ୟ ନୀତି ସବକମିଟି ବୈଠକରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ନୀତି ସବକମିଟି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଛତିଶା ନିଯୋଗ ମହାନାୟକ,  ପରିଚାଳନା କମିଟିର ସଦସ୍ୟଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଅନ୍ୟପଟେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ନଚେତ୍ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ବାରମ୍ବାର ସେବାୟତ ଏବଂ ବୁଦ୍ଧିଜୀବୀଙ୍କ ପକ୍ଷରୁ ଭକ୍ତ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଏବେ ଏହାକୁ ନେଇ  ଶ୍ରୀମନ୍ଦିର ପ୍ରଶାସ ଆକ୍ସନ ମୋଡ୍ କୁ ଆସିଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏପରି ଚରମ ନିଷ୍ପତ୍ତି ଆସନ୍ତା ଆସନ୍ତା ୨୦୨୪ ଜାନୁୟାରୀ ୧ ତାରିଖରୁ ଲାଗୁ କରାଯିବ।

Exit mobile version