ଭୁବନେଶ୍ଵର: ଆମ ହିନ୍ଦୁ ଧର୍ମରେ ବହୁତ କଥା କୁହାଯାଇଛି ଯାହାକୁ ଆଜି ମଧ୍ୟ ଲୋକମାନେ ମାନନ୍ତି । ତେବେ ଆଧୁନିକ ଜୀବନଶୈଳୀରେ ବହୁତ ଲୋକ ଏହାକୁ ପାଳନ ମଧ୍ୟ କରି ନଥାନ୍ତି । ଶାସ୍ତ୍ର ଅନୁଯାୟୀ କେତେକ ନିୟମ ଏମିତିକା ଅଛି ଯାହାକୁ ପାଳନ କରି କାର୍ଯ୍ୟ କଲେ ମଣିଷକୁ ଲାଭ ପ୍ରାପ୍ତି ହୋଇଥାଏ । କୁହାଯାଏ ଯେଉଁ ବ୍ୟକ୍ତି ଶାସ୍ତ୍ର ମାନ୍ୟତା ଅନୁଯାୟୀ କାର୍ଯ୍ୟ କରିଥାଏ ସେହି ବ୍ୟକ୍ତି ଜୀବନରେ କେବେ ଦୁଃଖ ଆସି ନଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।
ସାଧାରଣତଃ ଆପଣମାନେ ବହୁତ ଲୋକଙ୍କୁ ହାତ ନଚେତ ପାଦରେ କଳା ସୂତା ବାନ୍ଧିବାର ଦେଖିଥିବେ । ତେବେ ଏହା ପଛର କାରଣ କଣ ତା’ ଆପଣ ଜାଣନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ମୁଖ୍ୟ କାରଣ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଛୋଟ ଛୁଆଙ୍କୁ କଳା ଟୀକା ଲଗାଇବାର ଦେଖିଥିବେ । କୁହାଯାଏ, କଳା ଟୀକା ଲଗାଇଲେ ଛୁଆଙ୍କୁ ନଜର ଦୋଷ ଲାଗି ନଥାଏ ଏବଂ ନକାରାତ୍ମକ ପ୍ରଭାବ ଛୁଆଙ୍କ ଉପରେ ପଡି ନଥାଏ ।
ତେବେ ଆଜିକାଲି ଆଧୁନିକତାକୁ ଆପଣାଇ ଛୋଟ ପିଲା ମାନଙ୍କୁ ଆଉ କଳା ବା କାଜଲ ଲଗଉନାହାଁନ୍ତି ଲୋକେ । କିନ୍ତୁ ଆଗ ସମୟରେ ଛୁଆଙ୍କୁ କାଜଲ ଲଗାଇବା ବହୁତ ଆବଶ୍ୟକ ବୋଲି କୁହା ଯାଉଛି । ଶାସ୍ତ୍ର ଅନୁଯାୟୀ କଳା ଶନି ଦେବ, ରାହୁ ଏବଂ କେତୁଙ୍କର ରଙ୍ଗ ହୋଇଥାଏ । ଏହି ରଙ୍ଗ ଧାରଣ କରୁଥିବା ବ୍ୟକ୍ତି ଜୀବନରେ ବହୁତ ଅସୁବିଧା ଦୂର ହୋଇଥାଏ । ତେବେ ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ବହୁତ ଅଧିକ ରହୁଛି ତେବେ ଆପଣଙ୍କୁ ଚିନ୍ତା କରିବା ଉଚିତ ନୁହେଁ ।
ଆପଣ ସୋମବାର ଦିନ କଳା ସୂତା ଆଣନ୍ତୁ ଆଉ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ପାଦ ତଳେ ପୂଜା କରି ରଖି ଦିଅନ୍ତୁ ଏହା ପରେ ଆପଣ ହନୁମାନଙ୍କ ପାଦ ସିନ୍ଦୁର ସେହି ସୂତାରେ ଲଗାନ୍ତୁ ଆଉ ନିଜ ତିଜୋରିରେ ରଖନ୍ତୁ ଯେଉଁଠାରେ କେହି ହାତ ମାରୁନଥିବେ । ବଡ ହୁଅନ୍ତୁ ବା ଛୋଟ କଳା ସୂତା ଧାରଣ କରିବା ଦ୍ଵାରା ଆପଣଙ୍କ ବହୁତ ଦୋଷ କଟିଯାଇଥାଏ ଏହାକୁ ଧାରଣ କରିବା ଶୁଭ ଅଟେ ସେଥିପାଇଁ ଆପଣ ନିଜ ପାଦ ନଚେତ ହାତ ନହେଲେ ବେକରେ କଳା ସୂତା ନିଶ୍ଚିନ୍ତ ଧାରଣ କରନ୍ତୁ ।