ଭୁବନେଶ୍ୱରର ବିମାନ ବନ୍ଦର ନୂଆ ରୂପ ପାଇବ ।ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ହେବ ।୨ବର୍ଷ ମଧ୍ୟରେ କାମ ସାରିବାକୁ ନିର୍ଦେଶ ଦିଆଯାଇଛି ।ଭୁବନେଶ୍ୱର ବିମାନ ବନ୍ଦରରେ ରିଭ୍ୟୁ ପରେ ଏନେଇ ସୂଚନା ଦେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ।ବିଜୁ ପତ୍ତନୟକ ବିମାନ ବନ୍ଦରର ଟର୍ମିନାଲ କ୍ଷମତା ୪୦ଲକ୍ଷ ଥିଲା ବେଳେ ଏହାକୁ ବୃଦ୍ଧି କରାଯାଇ ୮୦ଲକ୍ଷକୁ ବୃଦ୍ଧି କରାଯାଇଛି ।ଏଥିସହିତ ବିମାନ ଅବତରଣ ଓ ଉଡାଣ ଭରିଲା ବେଳେ ଏହାର ରାସ୍ତାକୁ ଆଲୋକୀକରଣ କରାଯିବ ସହିତ ଆହୁରି ଅଧିକ ଆଧୁନିକତାର ସ୍ପର୍ଶ ପାଇବ ଭୁବନେଶ୍ବର ବିମାନ ବନ୍ଦର ।