
ସୋମବାର ବିଳମ୍ବିତ ରାତିର କେରଳ ଭୂସ୍ଖଳନ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା ।କେରଳରେ ରଚିଥିଲା ତାଣ୍ଡବ ।କେରଳର ମୃତ୍ୟୁ ସଂଖ୍ୟା ୨୫୦ପାର ହେଲାଣି ।ଏବେବି ଜାରି ରହିଛି ଉଦ୍ଧର କାର୍ଯ୍ୟ । ଆହତଙ୍କ ଜୀବନ ବଞ୍ଚେଇବାକୁ ସେନା, ଏନଡିଆରଏଫ୍, ଅଗ୍ନିଶମ ସମେତ ବିଭିନ୍ନ ଏଜେନ୍ସି ଓ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି ।ସୂଚନା ଅନୁସାରେ ୨୫୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିଲା ବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସେହିପରି ଏହି ଭୂସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କର ମିଟୁତାଦେହକୁ ଚିହ୍ନଟ କରିଛନ୍ତି ପରିବାର ଲୋକେ ।ଆଜି ତାଙ୍କ ମର ଶରୀର ଓଡିଶା ଆସିବା ବୋଲି ସୂଚନା ମିଳିଛି ।ଏହି ଭୂସ୍ଖଳନରେ ତାଙ୍କ ସ୍ତ୍ରୀ ପ୍ରିୟଦର୍ଶନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି । ଅନ୍ୟପଟେ ନିଖୋଜ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ଏଯାଏ କୌଣସି ସନ୍ଧାନ ମିଳିନାହିଁ। ଏବେବି ଅନେକ ଲୋକ ନିଖୋଜ ଅଛନ୍ତି ।ଅଗ୍ନିଶମ ବାହିନୀ ଏବଂଏନ୍ଡିଆର୍ଏଫ୍ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ ରହିଛନ୍ତି।