
FILE PHOTO: Olympic rings to celebrate the IOC official announcement that Paris won the 2024 Olympic bid are seen in front of the Eiffel Tower at the Trocadero square in Paris, France, September 16, 2017. REUTERS/Benoit Tessier/File Photo/File Photo
ମୁମ୍ବାଇ : ଅନ୍ତର୍ଜାତୀୟ ଅଲିମ୍ପିକ୍ ପରିଷଦ (ଆଇଓସି)ର କାର୍ଯ୍ୟନିର୍ବାହୀ ବୋର୍ଡ ଗୁରୁବାର ରୁଷୀୟ ଅଲିମ୍ପିକ୍ କମିଟି (ଆର୍ଓସି)କୁ ନିଲମ୍ବନ ଘୋଷଣା କରିଛି । ତେବେ ରୁଷୀୟ ଆଥଲେଟମାନେ ଆସନ୍ତା ବର୍ଷ ପ୍ୟାରିସ ଅଲିମ୍ପିକ୍ସ ସମେତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ୱାଧୀନ ଭାବେ ଭାଗ ନେଇପାରିବେ । ଆଇଓସିର ୧୪୧ତମ ଅଧିବେଶନ ଅକ୍ଟୋବର ୧୫-୧୭ ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହେବ ଏବଂ ଆଇଓସିର କାର୍ଯ୍ୟନିର୍ବାହୀ ବୋର୍ଡ ଅକ୍ଟୋବର ୧୨ ଓ ୧୩ ଦୁଇ ଦିନ ଧରି ବୈଠକ କରି ଅଧିବେଶନକୁ ଆଗକୁ ନେବାକୁ ଥିବା ପ୍ରସ୍ତାବ ଉପରେ ଆଲୋଚନା କରିଛି ।

ୟୁକ୍ରେନର ଏନ୍ଓସି ଅଧୀନରେ ଥିବା ଆଞ୍ଚଳିକ କ୍ରୀଡ଼ା ସଙ୍ଗଠନଗୁଡ଼ିକୁ ଏଥିରେ ସାମିଲ୍ କରିବାକୁ ନିଷ୍ପତ୍ତି ନେବା ପରେ ରୁଷିଆର ଜାତୀୟ ଅଲିମ୍ପିକ୍ କମିଟି (ଏନ୍ଓସି)କୁ ନିଲମ୍ବିତ କରାଯାଇଥିଲା । ୫ ଅକ୍ଟୋବର ୨୦୨୩ରେ ରୁଷୀୟ ଅଲିମ୍ପିକ କମିଟି ଦ୍ୱାରା ନିଆଯାଇଥିବା ଏକପାଖିଆ ନିଷ୍ପତ୍ତିକୁ ଏଥିରେ ସାମିଲ କରାଯାଇଛି । ଏହାର ସଦସ୍ୟ ଭାବେ ଯେଉଁ ଆଞ୍ଚଳିକ କ୍ରୀଡ଼ା ସଙ୍ଗଠନଗୁଡ଼ିକ ୟୁକ୍ରେନର ଜାତୀୟ ଅଲିମ୍ପିକ୍ କମିଟି (ଏନ୍ଓସି)ର ଅଧିକାରରେ ରହି ଅଲିମ୍ପିକ୍ ଚାର୍ଟରର ଉଲ୍ଲଙ୍ଘନ କରିଛନ୍ତି ।
କାରଣ ଏହା ୟୁକ୍ରେନର ଏନଓସିର ଆଞ୍ଚଳିକ ଅଖଣ୍ଡତାକୁ ଉଲ୍ଲଙ୍ଘନ କରେ, ଅଲିମ୍ପିକ୍ ଚାର୍ଟର ଅନୁୟାୟୀ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଦ୍ୱାରା ମାନ୍ୟତାପ୍ରାପ୍ତ । ଆଇଓସି ପକ୍ଷରୁ କୁହାଯାଇଛି ରୁଷୀୟ ଅଲିମ୍ପିକ୍ କମିଟି ଆଉ ଅଲିମ୍ପିକ୍ ଚାର୍ଟରରେ ବ୍ୟାଖ୍ୟା କରାଯାଇଥିବା ଜାତୀୟ ଅଲିମ୍ପିକ୍ କମିଟି ଭାବେ କାର୍ଯ୍ୟ କରିବାର ଅଧିକାର ନାହିଁ ଏବଂ ଅଲିମ୍ପିକ୍ ମୁଭମେଣ୍ଟରୁ କୌଣସି ଅର୍ଥ ମଧ୍ୟ ଗ୍ରହଣ କରିପାରିବ ନାହିଁ ।