Site icon UTKAL PRATIDIN

ଆତଙ୍କବାଦୀଙ୍କୁ କଡା ଜବାବ ଦେଲେ ଭାରତୀୟ ସେନା

96ca7f5b59c22557d11a6ddc9e94f0ef0dc15304fbe345cd822b79a7b33725b8

ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କଲା ଭାରତୀୟ ସେନା ।ପାକିସ୍ତାନରୁ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ଭାରତୀୟ ସେନାକୁ ଗୁଇନ୍ଦା ବିଭାଗରୁ ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା ଓ ଜମ୍ମୁ କଶ୍ମରୀ ପୁଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।ଏହି ସମୟରେ ସେନା ଉପରକୁ ଆତଙ୍କବାଦୀ ମାନେ ଗୁଳିମାଡ କରିଥିଲେ ।ଠିକ ସେହି ସମୟରେ ଭାରତୀୟ ସେନା ମଧ୍ୟ ଆତଙ୍କବାଦୀଙ୍କୁ ପାଲଟା ଜବାବ ଦେଇଥିଲା ।ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

କୁପୱାରାର ମାସିଲରେ ସୁରକ୍ଷାବାହିନୀ ଗୁଳିରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଥିବାବେଳେ ତଙ୍ଗଧରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ରାଜୌରୀରେ ଏହି ଏନକାଉଣ୍ଟର ଚାଲିଛି। ଚଳିତ ମାସରେ ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ୫ ଥର ଗୁଳିବିନିମୟ ଖବର ଆସିଛି ।ଗତ କିଛି ମାସ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Exit mobile version