Site icon UTKAL PRATIDIN

ମାର୍ଚ୍ଚ ୧୦ ତାରିଖକୁ ବୃଦ୍ଧି ହେଲା ଇଗ୍ନୋର ନାମଲେଖା ଅବଧି

WhatsApp-Image-2024-03-02-at-11.54.27-AM

ଭୁବନେଶ୍ୱର: ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜାନୁଆରୀ ୨୦୨୪ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଚଳିତ ମାସ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବ୍‌ସାଇଟକୁ ଅନୁସରଣ କରିପାରିବେ । ଏ ବର୍ଷ ଏମ୍‌ଏସିରେ କିଛି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି ।

ଏଥିମଧ୍ୟରେ ଏମ୍‌ଏସି (ଜୁଲୋଜି), ଏମ୍‌ଏସି(ରସାୟନ ବିଜ୍ଞାନ), ଏମ୍‌ଏସି(ଆନାଲିଟିକାଲ କେମେଷ୍ଟ୍ରି), ଏମ୍‌ଏସି (ବାୟୋ କେମେଷ୍ଟ୍ରି), ଏମ୍‌ଏସି ଆପ୍ଲାଏଡ ଷ୍ଟାଟିଷ୍ଟିକ୍ସ, ଏମ୍‌ଏସି (ଜିଓଗ୍ରାଫି) ଏମ୍‌ଏସ୍‌ସିଜିଏସ୍‌, ଏଆଇସିଟିଇ ସ୍ୱିୀକୃତୀପ୍ରାପ୍ତ ଏମ୍‌ବିଏ ଏବଂ ଏମ୍‌ସିଏ ଅନ୍ୟତମ । ସମ୍ପୂର୍ଣ୍ଣ ପ୍ରସ୍ପେକ୍ଟସ୍ ସିଧାସଳଖ ଇଗ୍ନୋ ୱେବ୍‌ସାଇଟରୁ ଡାଉନଲୋଡ କରାଯାଇପାରିବ ।

ନୂତନ ଶିକ୍ଷାନୀତି ଅନୁଯାୟୀ ଜଣେ ଚାହିଁଲେ ଦୁଇଟି ବିଷୟରେ ଡିଗ୍ରୀ କରିପାରିବେ ଏବଂ ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଇଗ୍ନୋର ୱେବ୍‌ସାଇଟରେ ପ୍ରଦାନ କରାଯାଇଛି । ଅନ୍ୟାନ୍ୟ ସୂଚନା ପାଇବା ପାଇଁ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ସହ ଯୋଗାଯୋଗ କରିବାକୁ ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ଡ଼. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

Exit mobile version