Site icon UTKAL PRATIDIN

ସ୍ୱାମୀ ସ୍ତ୍ରୀ ମିଶି କରୁଥିଲେ ବାଇକ ଲୁଟ, ପୋଲିସ କଲା ପର୍ଦାଫାଶ

IMAGE_1726886768

ଦଶପଲ୍ଲା ଥାନା ପରିସର ପାଲଟିଛି ଚୋରା ବାଇକର ଗନ୍ତାଘର ।୩୦ରୁ ଅଧିକ ଚୋରା ବାଇକକୁ ଜବତ କରିଛି ପୋଲିସ।ଏସବୁ ଆଖି ପିଛୁଳାକେ ଚୋରି କରିନେଇଥିଲେ ଲୁଟେରା ଦଂପତି ।ଦଶପଲ୍ଲା ପୋଲିସ ଏହି ଗ୍ୟାଙ୍ଗର ପର୍ଦାଫାଶ କରିଛି ।

ଲୁଟେରା ଦମ୍ପତି ବାଇକକୁ ଚୋରି କରି ବିକ୍ରି କରୁଥିଲେ ।ସୂଚନା ମୁତାବକ, ଗତ ୧୩ ତାରିଖରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା କୁଆଁରିଆ ଛକ ଠାରେ ଥିବା ଏକ ବାଇକ୍ ଗ୍ୟାରେଜରେ ଚୋରା ଗାଡ଼ି ବିକ୍ରି ହେଉଥିବା ନେଇ ପୋଲିସ ଖବର ପାଇଥିଲା । ଦଶପଲ୍ଲା ପୋଲିସ ଗ୍ୟାରେଜ ଉପରେ ଚଢ଼ାଉ କରି ଗ୍ୟାରେଜ ମାଲିକ ତପନ ଖମାରୀ ଏବଂ ତା ସହଯୋଗୀ ଦିଲୀପ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ୩ଟି ଚୋରା ବାଇକ୍ ଜବତ କରିଥିଲା ।

ଏସ ପିଙ୍କ ନିର୍ଦ୍ଦେଶରେ ଦଶପଲ୍ଲା ପୋଲିସ ବାଇକ୍ ଚୋର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଦିଲୀପ ପ୍ରଧାନକୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବା ପରେ, ଧରାପଡ଼ିଥିଲେ ହରିଡ଼ାବାଡ଼ି ଗାଁର ଅଜୟ ନାୟକ ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ନାୟକ। ସେମାନଙ୍କୁ ହେପାଜତକୁ ନେଇ ପୋଲିସ ୨ଟି ସ୍ବତନ୍ତ୍ର ଟିମ୍ ଗଠନ କରି ୩୦ରୁ ଅଧିକ ଚୋରା ବାଇକ ଜବତ କରିବାରେ ସଫଳ ହୋଇଛି।

Exit mobile version