Site icon UTKAL PRATIDIN

ଓଡିଶା ଇତିହାସ ଉପରେ ହେବ ଗବେଷଣା, କହିବ ଆମ ବୀର ପୁଅଙ୍କ ଗାଥା

59f586e838843d7bef6d55235c9f28083f0e7acf411cc05c757fa9793ede92a8

ଓଡ଼ିଶାର ପ୍ରକୃତ ଇତିହାସ କଣ ରହିଛି ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ କରିଥିଲେ ଆମ ଓଡିଆ ମଉଡମଣି ।ଏ ସବୁକୁ ନେଇ ଏବେ ଗବେଷଣା ହେବ । ଗବେଷଣା କହିବ, ଓଡିଶା ଇତିହାସର ଗାଥା । ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଏନେଇ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଇତିହାସକୁ ନେଇ ଏପର୍ଯ୍ୟନ୍ତ କୌଣସି ଗବେଷଣା ହୋଇନାହିଁ, ଯାହାକି ଦୁର୍ଭାଗ୍ୟଜନକ । ତେଣୁ ଆଗକୁ ଓଡିଶାର ପ୍ରକୃତ ଇତିହାସ ଏବଂ ଓଡିଆ ବରପୁତ୍ରଙ୍କ ଇତିହାସ ବିଷୟରେ ଗବେଷଣା ହେବ ।

ଏଥିପାଇଁ ବିଶ୍ୱବିଦ୍ୟାଳୟର ଏକ ଚେୟାର ବରପୁତ୍ରଙ୍କ ନାଁରେ ପ୍ରତିଷ୍ଠା କରାଯାଇ ଗବେଷଣା କରାଯିବ । ଏଥିସହିତ ଓଡ଼ିଶାର ଏକ ପ୍ରମୁଖ ରାସ୍ତାକୁ ବରପୁତ୍ର ଜୟୀ ରାଜଗୁରୁଙ୍କ ନାଁରେ ନାମିତ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

Exit mobile version