Site icon UTKAL PRATIDIN

OCS ରେଜଲ୍ଟ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ

2

ଭୁବନେଶ୍ୱର: ଏବେ ପ୍ରକାଶ ପାଇବ ନାହିଁ ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ପରୀକ୍ଷା ରେଜଲ୍ଟ। ଫଳ ପ୍ରକାଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ। OPSC ର ଚୂଡାନ୍ତ ଚୟନ ପ୍ରକ୍ରିୟା ଜାରି ରହିଥିଲେ ବି ଏବେ ପ୍ରକାଶ ପାଇବନି ଫଳ। କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ ଦିଆଯାଇଛି ନିର୍ଦ୍ଦେଶ। ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସତୀଶ କୁମାରଙ୍କୁ ୪୦ ପ୍ରତିଶତ ଭିନ୍ନକ୍ଷମ ବୋଲି ଦର୍ଶାଯାଇଥିବା ବେଳେ ସେ ନିଜକୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବୋଲି ଦାବି କରିଛନ୍ତି। ଏଥିସହ ଏବେ ଜାରି ରହିଥିବା ପର୍ସନାଲିଟି ଟେଷ୍ଟରେ ସାମିଲ କରାଯାଇ ନଥିବାରୁ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସତୀଶ। ଅଭିଯୋଗ ପରେ ଏବେ ଚାଲିଥିବା ପର୍ସନାଲିଟି ଟେଷ୍ଟରେ ଆବେଦନକାରୀଙ୍କୁ ସାମିଲ କରିବ OPSC। ଆବେଦନାକାରୀଙ୍କ ଡିଜାବଲିଟି ଟେଷ୍ଟ ପାଇଁ ମେଡିକାଲ ବୋର୍ଡ଼ ଗଠନ କରିବେ ରାଜ୍ୟ ସରକାର। ଆସନ୍ତା ଶୁଣାଣିରେ ଡିଜାବଲିଟି ଟେଷ୍ଟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।

ଅନ୍ତରୀଣ ଅଙ୍କୁଶ ସହ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାର, କେନ୍ଦ୍ର ସରକାର ଓ OPSC ନିଜ ଜବାବ ଦାଖଲ କରିବେ। ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେଣୁ ସେ ପର୍ଯ୍ୟନ୍ତ ଫଳ ପ୍ରକାଶନର ସମ୍ଭାବନା ନାହିଁ।

Exit mobile version