
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଘଟିଛି ଏକ ଅଭାବନୀୟ ଘଟଣା ।ଯାହା ବାଲେଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମୋନାଲିସା ହେମ୍ବ୍ରମ ମାତ୍ର ୬ ମାସ ତଳେ ଚାକିରି କରିଥିଲେ।ନୂଆ ଚାକିରିରେ ବେଶ୍ ଖୁସି ବି ଥିଲେ।ହଠାତ ତାଙ୍କ ଖୁସିର ଯୁଆରରେ ଭତ୍ତା ଆସିଗଲା ।ସକାଳୁ ବନ୍ଦ କୋଠରୀ ଭିତରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଛି ।ବାଲେସ୍ବର ଜିଲ୍ଲାର ଦେହୁର୍ଦା ସ୍ଥିତ ଏକ ଭଡା ଘରେ ରହୁଥିଲେ ମୋନାଲିସା ।
ଗତକାଲି ଡ୍ୟୁଟି ସାରି ଉକ୍ତ ଭଡା ଘରକୁ ଫେରିଥିଲେ । ହେଲେ ସକାଳୁ ଆଉ କବାଟ ଖୋଲି ନଥିଲେ ।ପଡ଼ୋଶୀମାନେ ବହୁ ସମୟ କବାଟ ବାଡ଼େଇବା ପରେ ବି ମୋନାଲିସା କବାଟ ନ ଖୋଲିବାରୁ ସେମାନେ ପୁଲିସ୍ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ମୋନାଲିସାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା।ପୋଲିସ ଘଟଣାର ତଦନ୍ତ ଜାରିରଖିଛି ଏହା ଆତ୍ମହତ୍ୟା ନ ଏହା ହତ୍ୟା ଏହା ପଛରେ କଂରଣ କଣ ରହିଛି ସେଇ ପୁଲସ ତଦନ୍ତ ଆରମ୍ଭ କରିଛି ।