
ଦୁଇଦିନ ଧରି ଲଗାତାର ବର୍ଷା ହେବ କାରଣରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦୁଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ।ସୋମବାର ଦିନ ସମସ୍ତ ସ୍କୁଲ ଓ କଲେଜ ଛୁଟି ରଖିବା ନେଇ ପ୍ରଶାସନ ପକ୍ଷରୁ ଆଦେଶ ଜାରି କରାଯାଇଛି।ବର୍ଷା କାରଣରୁ ସ୍କୁଲ, କଲେଜ ସହିତ ରେଳ ସେବା ମଧ୍ୟ ପ୍ରଭାବିତ ହେବା ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ତେଣୁ କାହାର କିଛି କ୍ଷତି ନ ହେବା ପାଇଁ ଓ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଏପରି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।ବିଜୟୱାଡ଼ା ଓ ଗୁଣ୍ଟୁର ଜିଲ୍ଲାରେ ସ୍ଥିତି ବେହାଲ୍ ରହିଛି।ସୂଚନାଅନୁସାରେ , ଗତ ଶନିବାର ଦିନ ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ସେଥିମଧ୍ୟରୁ ୫ ଜଣଙ୍କର ମୃତ୍ୟୁର କାରଣ ଥିଲା ବିଜୟୱାଡ଼ା ଭୂସ୍ଖଳନ । ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁ ଭୂସ୍ଖଳନ ପୀଡ଼ିତଙ୍କ ପାଇଁ ଆର୍ଥିକ ସହାୟତା ରାଶି ମଧ୍ୟ ଘୋଷଣା କରିଥିଲେ ।