
ଓଡ଼ିଶାରେ ମାତିଛି ମୋଦି ଲହର । ଦଶ ବର୍ଷରେ ମୋଦି ସରକାର ୨୪ ବର୍ଷ ନବୀନ ସରକାର ଉପରେ ଭାରି ପଡ଼ିଲାଣି । ବିଜେଡି ନେତା ଲୋକଙ୍କ ପ୍ରଶ୍ନ ବାଣରେ ଚିତପଟାଙ୍ଗ ହେଲେଣି । ତାମିଲ ଗୁମାସ୍ତାଙ୍କ ଏକଚ୍ଛତ୍ର ଶାସନରେ ଅତିଷ୍ଠ ଶାସକ ଦଳ ନେତା । କିଏ ଛତ୍ରଭଙ୍ଗ ଦେଲାଣି ତ ଆଉ କିଏ ବିଦ୍ରୋହ କଲାଣି । ମୋଦି ଲହର, ବିଜେପିର ଆତ୍ମବିଶ୍ୱାସ ଓ ଧର୍ମେନ୍ଦ୍ରଙ୍କ ଲୋକ ସମ୍ପର୍କ ଏବଂ ଗୋଟି ଚାଳନାରେ ବିଜେଡି ଗଡ଼ ଭୁଶୁଡିବା ଅବସ୍ଥାରେ ।
ବିଗତ ଦିନରେ ବିଜେଡିର ମନ୍ତ୍ରୀ ଟୁକୁନି ସାହୁ ଏକ ବିବାଦୀୟ ମନ୍ତବ୍ୟ ଦେଇ ନିଜକୁ, ନିଜ ଦଳ ତଥା ବିଜେଡି ସୁପ୍ରୀମଙ୍କୁ ପଦ୍ମପୁର ଜିଲ୍ଲା ଗଠନ ବିବାଦକୁ ଟାଣି ଆଣିଛନ୍ତି। ସେ କହିଛନ୍ତି ଯଦି ପଦ୍ମପୁର ଜିଲ୍ଲା ଘୋଷଣା ହେଇଥାନ୍ତା ତେବେ ସେ ଇସ୍ତଫା ଦେଇଥାନ୍ତେ। ମାନେ, ସେ ନବୀନ ବାବୁ ଯୋଉ ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ, ସେଇଟା ଟୁକୁନି ମାଡ଼ାମ୍ ଙ୍କ ପାଇଁ ସ୍ଥଗିତ ହେଇଗଲା। ଯାହା ଜଣା ପଡୁଛି ଦଳରେ ଆଉ କାହାର କଂଟ୍ରୋଲ ନାହିଁ ।
ଇତି ମଧ୍ୟରେ ବିଜେଡିର ଦୁଇ ନମ୍ବର କୁହାଯାଉଥିବା ତାମିଲ ଗୁମାସ୍ତା ନିଜ ନିର୍ବାଚନ ସଭାରେ ଖୋଲାଖୋଲି ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଦେଖାଯାଇଛି । ଜଣେ ମହିଳାଙ୍କୁ ସେ ସଭା ମଧ୍ୟରେ ୨୦ହଜାର ଟଙ୍କା ଦେଇଥିବା ଜଣାପଡିଛି । ବିଶେଷ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ VK ପାଣ୍ଡିଆନ ନିର୍ବାଚନୀ ସଭାକୁ ଅଭିଯୋଗ ଧରି ଆସିଥିବା ଜନୈକ ମହିଳାଙ୍କୁ ନଗଦ ୨୦ହଜାର ଟଙ୍କା ଦେଇଥିଲେ ଏବଂ ମହିଳାଙ୍କ ସ୍ୱାମୀଙ୍କ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥିରେ ଉଲ୍ଲେଖଯୋଗ୍ୟ ବିଷୟ ହେଲା, ସେଇ ମହିଳାଙ୍କ ସ୍ୱାମୀ ଦାଦନ ଖଟି ଯାଇ ଅସୁସ୍ଥ ହେଇ ଫେରିଛନ୍ତି ଆଉ ରୋଗଶଯ୍ୟାରେ ପଡିଛନ୍ତି ।
ମାନେ, ମଣିଷକୁ ରୋଗ ଦେବ ଯିଏ ତାର ପ୍ରତିକାର ଉପଚାର କରିବା ବି ସିଏ । ବିଗତ ୨୪ ବର୍ଷରେ ରାଜ୍ୟର ଅବସ୍ଥା ଏୟା କିନ୍ତୁ ତାମିଲ ଗୁମାସ୍ତା ଓ ତାଙ୍କରି କ୍ରୀତଦାସ ମଣ୍ଡଳୀ କହି ବୁଲୁଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକ ଯାହା ମାଗିଲେ ଦେଇଛନ୍ତି ଆଉ ଯାହା ମାଗି ନାହାଁନ୍ତି ତାହାକୁ ବି ଦେଇଛନ୍ତି, ମାନେ ସେ କୁଆଡେ ଭଗବାନ ନା କଣ ବୋଲି ଲୋକ ପ୍ରଶ୍ନ କରିବା ଆରମ୍ଭ କଲେଣି ।
ଗତ କାଲି ନୂଆପଡା ଅଂଚଳ ଗସ୍ତ ସମୟରେ ପାଣ୍ଡିଆନ ବାବୁ କହିଲେ ବିଗତ ୪୦ ବର୍ଷ ହେଲା ସୁନାବେଡାକୁ ରାସ୍ତା ଭଲ ନଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ସେଇଟା ବର୍ତ୍ତମାନ ଠିକ କଲେ…. ଅର୍ଥାତ ନିଜ ମୁଁହରେ ସ୍ୱୀକାର କଲେ ଯେ ଗତ ୨୪ବର୍ଷ ହେଲା ସେଥିପ୍ରତି ତାଙ୍କ ସରକାରର ଧ୍ୟାନ ନଥିଲା । ତେବେ ଏଇଠି ଗୋଟେ ପ୍ରଶ୍ନ ଉଠୁଛି, ଏବେ ନିର୍ବାଚନ ସଭାମାନଙ୍କରେ ଯେଉଁ ବିକାଶର ଡିଣ୍ଡିମ ପିଟା ହେଉଛି ତାହା ନିଶ୍ଚିତ ରୂପେ ଲୋକଙ୍କୁ ଭ୍ରମିତ କରିବା ପାଇଁ ହେଉଛି ।
ସବୁ କଥାରେ ନିଜ ଅପାରଗତାକୁ ଲୁଚାଇବାକୁ ଯାଇ ଯେଉଁ କେନ୍ଦ୍ର ଦାୟୀ ବୋଲି ମୋଦି ସରକାର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରିଲା ବେଳେ ଭୁଲିଯାଉଛନ୍ତି ଯେ ଓଡିଶାବାସି ଆଉ ସେହି ମିଥ୍ୟା ତଥ୍ୟରେ ଭରସା କରିବା ଛାଡି ମୋଦି ଗ୍ୟାରେଣ୍ଟି ଉପରେ ଭରସା କରିବା ଆରମ୍ଭ କରିସାରିଲେଣି ଯାହା ଆଗାମୀ ଜୁନ ୪ ତାରିଖରେ ପ୍ରତିଫଳିତ ହେବାକୁ ଯାଉଛି।