Site icon UTKAL PRATIDIN

ଶୀତର ପ୍ରକୋପ ବଢିବ

Three Poor Children Sitting in Winter Season Outdoor Portrait.

Three Poor Children Sitting in Winter Season Outdoor Portrait.

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର ଠାରୁ ଶୀତର ପ୍ରକୋପ ବଢିବ । ଅନେକ ସ୍ଥାନରେ ପାଗ ଶୁଖିଲା ରହିବ । ଦେଶର ମଧ୍ୟ ଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୨ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ରେ ୨-୩ ଡିଗ୍ରୀ ହ୍ରାସ ଘଟିବାରେ ସମ୍ଭାବନା ରହିଛି ଏହା ପରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ତ୍ତମାନ ବାୟୁମଣ୍ଡଳରେ ଥିବା ପ୍ରଚୁର ପରିମାଣର ଜଳୀୟ ବାଷ୍ପ ପାଇଁ ଆର୍ଦ୍ରତା ବୃଦ୍ଧି ପାଇଛି । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ଉପରେ ତାପମାତ୍ରା ରହିଛି । ଯେଉଁଥିପାଇଁ ଶୀତ ଦିନରେ ମଧ୍ୟ ଗରମ ଅନୁଭୂତ ହେଉଛି । ତେବେ ରାଜ୍ୟରେ ବର୍ତ୍ତମାନ କେବଳ ଭୋର ଓ ସଂଧ୍ୟା ସମୟରେ ଶୀତ ଅନୁଭୂତ ହେବା ଧିରେ ଧିରେ ଆରମ୍ଭ ହୋଇଛି ।

ଉଲ୍ଲେଖଯୋଗ୍ୟ, କୋରାପୁଟରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ରାତିର ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ତେବେ ବୁଧବାର ସକାଳ ସମୟରେ ମାଲକାନଗିରି, କୋରାପୁଟ, ରାୟାଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ବାଲେସୋର ଏବଂ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Exit mobile version