
ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି ।ଇଞ୍ଜିନରୁ ଅଲଗା ହୋଇ ରହିଗଲା ୧୭ ବଗି।ଟ୍ରେନ୍ ଦୁର୍ଘଟଣା ସଂପର୍କରେ ଖବର ପାଇ ରେଳବାଇର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।ବର୍ତ୍ତମାନ ଏହି ରୁଟ୍ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।ଗୋଟିଏ ବଗି ଓଲଟିଥିବାବେଳେ ଗୋଟିଏ ଅଧା ଅଣେଇ ହୋଇଛି। କିପରି ଏହି ଦୁର୍ଘଟଣା ଘଟିଥିଲା ସେ ନେଇ ତଦନ୍ତ ଆରମ୍ଭ କରିଛି ରେଳବାଇ ବିଭାଗ ।ଏହି ରୁଟରେ ରେଳସେବା ବାଧାପ୍ରାପ୍ତ ହୋଇଛି ।