ଶାରଦୀୟ ଦୁର୍ଗା ପୂଜାରେ ଚାଷୀଙ୍କ ପାଇଁ ଖୁସି ଖବର ।ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯିବ ମୋଟ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା।ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା।ପିଏମ-କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ।
ଫେବୃଆରୀ ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଡିବିଟି ଜରିଆରେ ଚାଷୀଙ୍କ ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ୬ହଜାର ଟଙ୍କା ପ୍ରଦାନ କରାଯାଏ।ଚାଷୀଙ୍କ ଆୟ ବଢାଇବା ସହ ରାଜ୍ୟକୁ ଉନ୍ନତ କରିବା ପାଇଁ ସରକାର ଭିନ୍ନ ପ୍ରକାର ଯୋଜନାର ଆରମ୍ଭ କରିଛନ୍ତି।ପିଏମ୍ କିଷାନ ଯୋଜନା ।
ଏହି ଯୋଜନା ଅଧୀନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି । ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ୧୭ଟି କିସ୍ତି ପଠାଯାଇସାରିଲାଣି । ସରକାର ପ୍ରତି ଚାରି ମାସ ବ୍ୟବଧାନରେ ଚାଷୀଙ୍କ ଖାତାରେ ୨ ହଜାର ୨ହଜାର ଟଙ୍କା ପଠାଯାଏ।ପିଏମ କିଷାନ ପଞ୍ଜୀକୃତ କୃଷକମାନଙ୍କୁ ଇ- କେୱାଇସି କରିବାକୁ ପଡିବ ।
ଏହି ସେବା ପିଏମ କିଷାନ ପୋର୍ଟାଲରେ କିମ୍ବା ନିକଟସ୍ଥ ବାୟୋମେଟ୍ରିକ ଇ- କେୱାଇସି କେନ୍ଦ୍ରକୁ ଯାଇ କରାଯାଇପାରିବ । ପି ଏମ କିଷାନ ଯୋଜନା ମାଧ୍ୟମରେ କୃଷକ ମାନେ ସଶକ୍ତ ହେବା ସହ ରାଜ୍ୟ ମଧ୍ୟ ଆର୍ଥନୀତିକ ସ୍ତରରେ ଉନ୍ନତି ହେବ ବୋଲି ସରକାର ଦୃଢୋକ୍ତି ଦେଇଛନ୍ତି ।