ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘Animal’ ପାଇଁ ରଣବୀର କପୁର ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ଫିଲ୍ମର ଟିଜର ମୁକ୍ତିଲାଭ କରିଥିଲା, ଯାହା ଦର୍ଶକଙ୍କ ଠାରୁ ବହୁତ ସକାରାତ୍ମକ ପ୍ରତିକ୍ରିୟା ମଧ୍ୟ ପାଇଥିଲା l ପ୍ରଶଂସକଙ୍କ ଉତ୍ସାହ ବଢାଇବାକୁ ନିର୍ମାତାମାନେ ଫିଲ୍ମ ‘ହୁଆ ମୈ’ର ପ୍ରଥମ ଗୀତ ମୁକ୍ତିଲାଭ କରିଛନ୍ତି।
ଏହା ଏକ ରୋମାଣ୍ଟିକ୍ ଟ୍ରାକ୍, ଯେଉଁଥିରେ ରଣବୀର-ରଶ୍ମିକାର ସିଜଲିଂ କେମେଷ୍ଟ୍ରି ଦେଖିବାକୁ ମିଳୁଛି l ଉଭୟର ଚମତ୍କାର କେମେଷ୍ଟ୍ରି ଦୃଶ୍ୟମାନ ହେଉଛି l ସୂଚନାଯୋଗ୍ୟ ଯେ ରଣବୀର ଏବଂ ରଶ୍ମିକା ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ବଡ ପରଦାରେ ଏକାଠି ନଜର ଆସିବେ। ଗୀତଟି ଉଭୟଙ୍କ ଚୁମ୍ବନ ଦୃଶ୍ୟରୁ ଆରମ୍ଭ ହୁଏ ଏବଂ ଏହା ପରେ ଉଭୟଙ୍କର ଅନେକ ଲିପ ଲକ ଦୃଶ୍ୟ ଦେଖିବକୁ ମିଳିବ l ଗୀତରେ ଉଭୟଙ୍କ ଯୋଡି ଚମତ୍କାର ଦେଖାଯାଉଛି l
‘Animal’ର କାହାଣୀ ଏକ ଅସୁବିଧାଜନକ ପିତା-ପୁତ୍ର ସମ୍ପର୍କକୁ ଘେରିଥାଏ, ଯାହା ଅଣ୍ଡରୱାର୍ଲ୍ଡର ବିପଜ୍ଜନକ ପୃଷ୍ଠଭୂମି ଉପରେ ଆଧାରିତ l ଏହି କାରଣରୁ ଫିଲ୍ମର ହିରୋ ଏକ ସାଇକୋପାଥରେ ପରିଣତ ହୋଇଥିଲେ l ଏହି ଚଳଚ୍ଚିତ୍ରରେ ପୁଅର ପିତାଙ୍କ ପ୍ରତି ଥିବା ଅବସେସ୍ ପ୍ରେମ ମଧ୍ୟ ରହିଛି। ‘Animal’ ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା। ଏହି ଚଳଚ୍ଚିତ୍ରରେ ରଣବୀର କପୁରଙ୍କ ବ୍ୟତୀତ ଅନିଲ କପୁର, ବବି ଦେଓଲ ଏବଂ ରଶ୍ମିକା ମନ୍ଦନା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଡିସେମ୍ବର ୧ ରେ ଏକାଧିକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ l
ଏହି ଫିଲ୍ମରେ ରଣବୀର ଏବଂ ରଶ୍ମିକାଙ୍କ ବ୍ୟତୀତ ଅନିଲ କପୁର, ରଶ୍ମିକା ମନ୍ଦନା, ତୃପ୍ତି ଡିମ୍ରି, ବବି ଦେଓଲ ଏବଂ ଶକ୍ତି କପୁର ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ମୁକ୍ତିଲାଭ କରିବ।