
ଭୁବନେଶ୍ଵର: ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗର ସମୟକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଅଶୁଭ ବୋଲି ବିବେଚନା କରାଯାଏ। ଏହି ସମୟ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ ଏବଂ ଅନେକ ନିୟମ ପାଳନ କରିବାକୁ ପଡ଼ିଥାଏ। ସୂର୍ଯ୍ୟପରାଗ ସମୟରେ ମନ୍ଦିରର ଦ୍ୱାର ମଧ୍ୟ ବନ୍ଦ କରାଯାଏ। କହି ରଖୁଛୁ ଯେ ସୂର୍ଯ୍ୟଙ୍କ ଗତିବିଦ୍ଧି ୨୦୨୪ରେ ଖୁବ୍ ଅଧିକ ଥିଲା। ଏଣୁ ବିଶ୍ୱରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖାଯାଇଥିବା ବେଳେ ଅରୋରା ଲାଇଟସ୍ର ମଧ୍ୟ ଅନୁଭବ ହୋଇଥିଲା। ହେଲେ ୨୦୨୫ ବର୍ଷଟି ସେପରି ନୁହେଁ, ଏବର୍ଷ ପୂର୍ଣ୍ଣ ସୂର୍ଯ୍ୟପରାଗ ନଥିବା ବେଳେ ଆଂଶିକ ପରାଗ ଭାରତରେ ବି ଦୃଶ୍ୟମାନ ହେବନି। ସ୍ପେସ୍ ଡଟକମ୍ ରିପୋର୍ଟ ଅନୁସାରେ ମାର୍ଚ୍ଚ ଓ ସେପ୍ଟେମ୍ବରରେ ଆଂଶିକ ସୂର୍ଯ୍ୟପରାଗ ହେବ। ତେବେ ତାହା ଉତ୍ତରଆମେରିକା, ନ୍ୟୁଜିଲ୍ୟାଣ୍ଡ ଓ ୟୁରୋପର କିଛି ଅଞ୍ଚଳକୁ ଦେଖାଯିବ। ଏପରି ପରିସ୍ଥିତିରେ ଜାଣନ୍ତୁ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ କେବେ ହେବ? ଏହା ସହିତ ଏହାର ସୂତକ ସମୟ।
ଜ୍ୟୋତିଷମାନଙ୍କ ଅନୁସାରେ ୨୦୨୫ ମସିହାର ପ୍ରଥମ ସୂର୍ଯ୍ୟପରାଗ ୨୯ ମାର୍ଚ୍ଚରେ ହେବ। କ୍ୟାଲେଣ୍ଡର ଅନୁସାରେ ଏହି ଦିନଟି ଚୈତ୍ର ଶୁକ୍ଳ ପକ୍ଷର ଅମାବାସ୍ୟା ତିଥି। ଏହା ଏକ ଆଂଶିକ ସୂର୍ଯ୍ୟପରାଗ ହେବ। ଯାହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ସୂର୍ଯ୍ୟ ଚନ୍ଦ୍ର ଦ୍ୱାରା ଆଚ୍ଛାଦିତ ହେବ ନାହିଁ। ଏହି ସୂର୍ଯ୍ୟପରାଗ ୟୁରୋପ, ଆଫ୍ରିକା, ଏସିଆ, ଉତ୍ତର ଏବଂ ଦକ୍ଷିଣ ଆମେରିକା, ଆଟଲାଣ୍ଟିକ୍ ଏବଂ ଆର୍କଟିକ୍ ମହାସାଗରର କିଛି ଅଂଶରେ ଦୃଶ୍ୟମାନ ହେବ। ଯଦିଓ ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି ସୂର୍ଯ୍ୟପରାଗ ଅପରାହ୍ନ ୨:୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬:୧୩ ରେ ଶେଷ ହେବ।