ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ।ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ।ଗତକାଲି ସନ୍ଧ୍ୟାରେ ସୁଭଦ୍ରା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ବସିଥିଲା।
ଏହି ବୈଠକରେ ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଆବେଦନର ରି-ଚେକିଂ ପାଇଁ ବିଡିଓଙ୍କୁ ନୋଡାଲ୍ ଏଜେନ୍ସୀ ଭାବରେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ହୋଇଛି। ସେହି କମିଟି ଏହାର ଯାଞ୍ଚ କରିବ ।। ସମସ୍ତ ଯୋଗ୍ୟ ହିତାଧିକାରୀ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ୧ କୋଟିରୁ ଅଧିକ ମହିଳା ଆବେଦନ ଭରିବା ବେଳେ ମୋଟ ୬୦ ଲକ୍ଷ ୨୦ ହଜାର ମହିଳା ଏଥିରେ ସାମିଲ ହୋଇସାରିଲେଣି ।ବଲାଙ୍ଗିର ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୦ ଦିନ ଭିତରେ ସୁଭଦ୍ରା ଟଙ୍କା ମିଳିବ। ୨୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ମିଳିବ ତୃତୀୟ ପର୍ଯ୍ୟାୟ ଟଙ୍କା। ତାର ୧୫ ଦିନ ଭିତରେ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।