ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ। ଏହିମଧ୍ୟରେ ଦେଶର ପ୍ରଥମ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ରାଜେନ୍ଦ୍ର ପ୍ରସାଦ କେଭି ସ୍କୁଲ ବୁଥ୍ରେ ଭୋଟ ଦେଇଛନ୍ତି ।
ଦେଶର ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଆରମ୍ଭ ହୋଇଛି ମତଦାନ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ମତଦାନ । ଦିଲ୍ଲୀର ସମସ୍ତ ୭ ସଂସଦୀୟ କ୍ଷେତ୍ର ଓ ହରିୟାଣାର ସମସ୍ତ ୧୦ ଲୋକସଭା କ୍ଷେତ୍ର ପାଇଁ ଚାଲିଛି ଭୋଟିଂ । ଷଷ୍ଠ ପର୍ଯ୍ୟାୟ ମତଦାନରେ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ଏହି ପର୍ଯ୍ୟାୟରେ ମତଦାନ କରିବେ ପ୍ରାୟ ୧୧.୧୩ କୋଟି ଭୋଟର ।