Site icon UTKAL PRATIDIN

କ୍ଷତିଗ୍ରସ୍ତଙ୍କ ସମସ୍ୟା ବୁଝିଲେ ଉପମୁଖ୍ୟମନ୍ତ୍ରୀ, ଜଳବନ୍ଦୀରେ ୫୭୧ ପରିବାର

WhatsApp-Image-2024-10-25-at-3.03.14-PM-1-720x430

ବାତ୍ୟା ଦାନା ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷା ଅନୁଭୂତ ହେଉଛି ।ସମୁଦ୍ର ଜୁଆର ଏବଂ ବର୍ଷା ଯୋଗୁଁ ରାଜନଗର ବ୍ଲକର ସାତଭାୟା ଥଇଥାନ ସ୍ଥଳୀ ଜଳବନ୍ଦୀ ହୋଇପଡିଛି। ୫୭୧ ପରିବାର ପାଣି ଘେରରେ ରହିଛି। ରାଜନଗର, ରାଜକନିକା ଏବଂ ମହାକାଳପଡା ବ୍ଲକର ଭିତତକନିକା ସଲଗ୍ନ ବହୁ ସ୍ଥାନରେ ରାସ୍ତା ଉପରେ ଵଡ଼ ବଡ଼ ଗଛ ଉପୁଡି ପଡିଛି।

ସେଠାରେ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ରହିଥିବା ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ରାସ୍ତାରେ କଟର ସାହାଯ୍ୟରେ ଉପୁଡି ପଡ଼ିଥିବା ଗଛ କାଟି ସଫା କରିଛନ୍ତି। ବର୍ଷା ଜାରି ରହିଥିବାରୁ ଏହି କାର୍ଯ୍ୟ ଟିକେ ବିଳମ୍ବିତ ହେଉଛି।ବାତ୍ୟା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗତକାଲି ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିଥିବାବେଳେ ଆଜି ବାତ୍ୟା ପର ପରିସ୍ଥିତିକୁ ପରଖିଛନ୍ତି।

Exit mobile version