Site icon UTKAL PRATIDIN

ଗାଁରେ ଚାଞ୍ଚଲ୍ୟ: ଚାଷ ଜମିରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର.

39438b3bd4ba3c37988bfa82c3361bf3

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା କୁଦପାଲି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଗାଁମୁଣ୍ଡ ବିଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ସ୍ୱାମୀ କ୍ଷୀରୋଦ ବରିହା ଓ ତାରିଣୀ ବରିହା।ଆଜି ସକାଳେ ଗାଁଲୋକେ ଏକ ନିମ୍ବ ଗଛରେ କ୍ଷୀରୋଦଙ୍କ ଝୁଲନ୍ତା ଦେଖିବାକୁ ପାଇଥିଲେ। ଏଣେ, ତାରିଣୀଙ୍କ ମୃତଦେହ ତଳେ ପଡ଼ିଥିବାର ଦେଖିଥିଲେ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ଉଭୟ ସ୍ବାମୀ ଓ ସ୍ତ୍ରୀ କୌଣସି କାରଣରୁ ବିଲ ମଝିରେ ସ୍ଵାମୀ ରଶି ଲଗାଇ ଏକ ଗଛମୂଳରେ ଆତ୍ମହତ୍ୟା କରିଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀ ଏକା ସାଙ୍ଗରେ ଆତ୍ମହତ୍ୟା କରିବା ଅଞ୍ଚଳରେ ପ୍ରଥମ ଘଟଣା ବୋଲି ଜଣା ପଡ଼ିଛି। ସାଇଣ୍ଟ ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ଆତ୍ମହତ୍ୟାର କାରଣ କଣ ଜାଣିବା ପାଇଁ ତଦନ୍ତ ଚଳାଇଛନ୍ତି।

ଘଟଣାସ୍ଥଳରେ ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇ, ପୁଲିସ୍ ସବ୍ ଇନ୍ସପେକ୍ଟର ନାରାୟଣ ଶା, ସବ୍ ଇନ୍ସପେକ୍ଟର ଅନ୍ତର୍ଯ୍ୟାମୀ ବେହେରା, ଲୋଇସିଂହା ଥାନା ଅଧିକାରୀ ଏବଂ ଏସ୍ ଡିପିଓ ତୋଫାନ ବାଗ ପହଞ୍ଚି ଶବକୁ ଜବତ କରି ଘଟଣାର ସତ୍ୟତା ଜାଣିବା ପାଇଁ ତଦନ୍ତ ଚାଲୁ ରଖିଛନ୍ତି। ତା ସଙ୍ଗେ ସଙ୍ଗେ ଆଗଲପୁର ତହସିଲଦାର ସହଦେବ କୁକୁର୍ଡା ମଧ୍ୟ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଆତ୍ମହତ୍ୟା କରିଥିବା ଦମ୍ପତିଙ୍କ ଏକ ପୁତ୍ର ସନ୍ତାନ ଥିବାର ଜଣା ପଡ଼ିଛି। ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି।

Exit mobile version