Site icon UTKAL PRATIDIN

ବଲ୍ ବାଜି ଟଳି ପଡିଲେ କ୍ରିକେଟର

Cricketers-Died-During-Matches-Philip-Hughes

ନୂଆଦିଲ୍ଲୀ: ଏମିତି ବି ଆସେ ମୃତ୍ୟୁ । ମୃତ୍ୟୁ କାହାକୁ କେତେବେଳେ ଆସିବ, ତାହା କେହି କହିପାରିବେନାହିଁ । ମୁମ୍ବାଇର ମୋଟୁଙ୍ଗା ସ୍ଥିତ ଦାଦକର ଖେଳ ପଡିଆରେ ଏମିତି କିଛି ଅଘଟଣ ଦେଖିବାକୁ ମିଳିଛି । ବଲ ବାଜି ଜଣେ ୫୨ ବର୍ଷୀୟ କ୍ରିକେଟର୍‌ଙ୍କ ମୃତ୍ୟୁ ହୋଇଛି। ମୃତକ ମୁମ୍ବାଇର କ୍ରିକେଟର ଜୟେଶ ସାୱଲା ବୋଲି ଜଣାପଡିଛି ।

ସୂଚନା ମୂତାବକ ସୋମବାର ଅପରାହ୍ନରେ ମଟୁଙ୍ଗାରେ ଥିବା ଦାଦକର ପଡିଆରେ ଦୁଇଟି କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା। ସେଥିରୁ ଗୋଟିଏ ମ୍ୟାଚ୍‌ରୁ ବଲ୍‌ ଆସି ଆଉ ଗୋଟିଏ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ଜୟେଶଙ୍କ କାନମୁଣ୍ଡାରେ ଆସି ବାଜିଥିଲା।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

Exit mobile version